ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ ସମାଲୋଚନା କରିଥିବା ଶ୍ରୀ ଦାସ ଗତକାଲି ଦଳରୁ ଇସ୍ତଫା ଦେଇଛନ୍ତି।

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଦଳ ପକ୍ଷରୁ ଟିକେଟ ବଣ୍ଟନ ଚାଲିଥିବା ବେଳେ ଦଳ ଭିତରେ ଅସନ୍ତୋଷର ସ୍ୱର ଦେଖିବାକୁ ମିଳିଛି। ସେ ମୋରଡ଼ା ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ବିଜେପିକୁ ନିଜର ଘର ଭାବି ଦଳ ପାଇଁ କାର୍ଯ୍ୟକରିଥିଲେ। ତାଙ୍କର ବଳିଷ୍ଠ ସାଂଗଠନିକ ଦକ୍ଷତା ପାଇଁ ବିଜେପି ମୟୂରଭଞ୍ଜ ଜିଲ୍ଲାକୁ ସମ୍ପୂର୍ଣ ଦଖଲ କରିଥିଲା। କିନ୍ତୁ ଧର୍ମେନ୍ଦ୍ରଙ୍କ ଚକ୍ରାନ୍ତ ଯୋଗୁଁ ଶ୍ରୀ ଦାସଙ୍କର ଟିକଟ କଟୁଥିବା ଜାଣିବା ପରେ ଏହି ଷଡ଼ଯନ୍ତ୍ରକୁ ଖୋଲି ଖୋଲି ବିରୋଧ କରିଛନ୍ତି। ଏଥିପାଇଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଧର୍ମେନ୍ଦ୍ରଙ୍କ ଅସଲ ଚେହେରାକୁ ଦପାରେ ପକାଇବା ପାଇଁ ସେ ଉଦ୍ୟମ କରି ତାଙ୍କୁ ଟରଙ୍ଗଜେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *