ହୋଲି ଦିନ କରନ୍ତୁ ଏହି ଉପାୟ, ଦୂର ହେବ ସମସ୍ତ ବାସ୍ତୁ ଦୋଷ

ଆସିଯାଇଛି ରଙ୍ଗର ପର୍ବ ହୋଲି । ଅନେକ ଉତ୍ସାହ ଉଦ୍ଦିପନା ନେଇ ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହେବାକୁ ସଜବାଜ ହେଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ହୋଲି ଦିନ କେବଳ ରଙ୍ଗଖେଳ ନୁହେଁ. ବରଂ ଏଭଳି କିଛି ନୀତିନିୟମ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଘରର ସମସ୍ତ ବାସ୍ତୁଦୋଷ ଦୂର ହେବା ସହିତ ପରିବାରର ଉନ୍ନତି ହୋଇଥାଏ । ସମସ୍ତ ବାଧାବିଘ୍ନ ଦୂର ହୋଇ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ।

ତାହେଲେ ଆସନ୍ତୁ ଜାଣିବା –
ହୋଲି ଦିନ ସକାଳୁ ସ୍ନାନ ସାରିବା ପରେ ନୂଆ ହଳଦିଆ ଛୋଟ କପଡ଼ା, କିଛି କଳା ହଳଦୀ, ଏକ ରୁପା ମୁଦ୍ରା ଓ ଅବିରକୁ ଘର ଠାକୁରଙ୍କ ପାଖରେ ରଖି ପୂଜା କରନ୍ତୁ । ପୂଜା ସରିବା ପରେ ସେହି ହଳଦିଆ ବସ୍ତ୍ରରେ ଅବିର, କଳାହଳଦୀ ଓ ରୁପା ମୁଦ୍ରାକୁ ରଖି ଗଣ୍ଠି କରନ୍ତୁ । ଏହାକୁ ଆଲମାରୀ ଲକର୍ ଭିତରେ ରଖନ୍ତୁ । ଏହି କାମ ପରେ ସଙ୍ଗେ ସଙ୍ଗେ ପୂଜା ହୋଇଥିବା ବଳକା ଅବିରକୁ ନେଇ ଘରର ସମସ୍ତ ବାହାର କାନ୍ଥରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ହୋଲିଦିନ ଏଭଳି କରିବା ଦ୍ୱାରା ସବୁ ପ୍ରକାର ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବାସ୍ତୁକାରମାନେ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *