ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ନାୟକ ଓ କୁସୁମ ଟେଟେ ବିଜେପିରେ
ନିର୍ବାଚନରେ ଟିକଟ ଆଶାରେ ନିରାଶ ହୋଇଥିବା ବିଜେଡି ନେତାମାନଙ୍କର ଇସ୍ତଫା ପର୍ବ ଏବେ ଜୋର ଧରିଛି। ଏହି ନେତାମାନେ ଟିକଟ ପାଇବା ଆଶାରେ ଏବେ ବିଜେପି ଶିବିରରେ ଧାଡି ଲଗାଇ ଯୋଗ ଦେବାରେ ଲାଗିଛନ୍ତି।

ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ କୁହାଯାଉଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ କିନ୍ତୁ ଦଳ ପକ୍ଷରୁ ତାଙ୍କୁ ଅବହେଳା କରାଯିବାରୁ ସେ ଶେଷର ବିଜେପିରେ ଯୋଗ ଦେଇଛନ୍ତି।
ସେହିପରି ଗଂଜାମ ଜିଲ୍ଲାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ନିରଂଜନ ପ୍ରଧାନ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ବିଜେଡି ଛାଡ଼ିଥିବା କୁସୁମ ଟେଟେ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହିତ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ ପ୍ରାର୍ଥୀ ଓ ସମିତି ସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।