ଅଣ୍ଡାର ଧଳାଅଂଶ ଦ୍ୱାରା ଦୂର କରନ୍ତୁ ବ୍ଲାକ୍ ହେଡସ୍

ଚେହେରାକୁ ସୁନ୍ଦର ଓ ସତେଜ କରି ରଖିବା ପାଇଁ ସମେସ୍ତ ଆଗ୍ରହୀ । କିନ୍ତୁ ଏଥିରେ ବାଧକ ସାଜିଥାଏ ବ୍ଲାକ୍ ହେଡସ୍ । ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଏହି ବ୍ଲାକ୍ ହେଡସ୍ ସମସ୍ୟା ଦେଖିବାକୁ ମିଳୁଛି । ନାକ ପାଖରେ ଏହି ବ୍ଲାକ୍ ହେଡସ୍ ଅଧିକ ହୋଇଥାଏ, ଯାହାକି ଚେହେରାର ସୁନ୍ଦରତାକୁ ସମ୍ପୂର୍ଣ୍ଣ ନଷ୍ଠ କରିଦିଏ । ଏହି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଅଣ୍ଡାର ଧଳାଅଂଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଏହାକୁ ବ୍ୟବହାର କରିବେ । –
୧- ଅଣ୍ଡା ଓ ମହୁ
ଅଣ୍ଡାର ଧଳା ଅଂଶ ଓ ସମାନ ପରିମାଣରେ ମହୁ ନେଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଏକ ବ୍ରସ୍ରେ ଚେହେରାରେ ୨-୩ ପରସ୍ତ କରି ଭଲ ଭାବେ ଲଗାନ୍ତୁ । ଏହାର ୨୦ ମିନିଟ୍ ପରେ ଚେହେରାକୁ ଧୋଇଦିଅନ୍ତୁ । ଏହି ଉପାୟରେ ଗୋଟିଏ ଦିନ ଛାଡ଼ି ଗୋଟିଏ ଦିନ ଏହି ପେଷ୍ଟ ଲଗାନ୍ତୁ ।
୨- ଅଣ୍ଡା ଓ ବେକିଙ୍ଗ୍ ସୋଡ଼ା
ଗୋଟିଏ ଅଣ୍ଡାର ଧଳା ଅଂଶ ନେଇ ସେଥିରେ ୨ ଚାମଚ ବେକିଙ୍ଗ୍ ସୋଡ଼ା ମିଶାନ୍ତୁ । ଏହି ମିଶ୍ରଣକୁ ଆଙ୍ଗୁଠିରେ ନେଇ ଚେହେରାରେ ସର୍କୁଲାର୍ ଭାବେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ । କିଛି ସମୟ ପରେ ଚେହେରାକୁ ହାଲ୍କା ଉଷୁମ ପାଣିରେ ଧୋଇଦିଅନ୍ତୁ ।
୩- ଅଣ୍ଡା ଓ ଚିନି
୨ଟି ଅଣ୍ଡାର ଧଳାଅଂଶ ଓ ୧ ଚାମଚ ଚିନି ନେଇ ଭଲ ଭାବେ ଗୋଳାନ୍ତୁ । ଏହାକୁ ଚେହେରାରେ ଲଗାଇବା ପରେ ପ୍ରାୟ ଅଧଘଣ୍ଟା ଛାଡ଼ି ଦିଅନ୍ତୁ । ଏହାପରେ କୌଣସି ଫେଶୱାସରେ ଧୁଅନ୍ତୁ ।

Leave a Reply

Your email address will not be published. Required fields are marked *