ମଇ ୨୭କୁ ଜେଇଇ ଆଡ୍‌ଭାନ୍ସଡ ଏକଜାମ ଘୁଞ୍ଚିଲା

ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମ (ଜେଇଇ) ଆଡ୍‌ଭାନ୍ସଡ୍ ୨୦୧୯ ପରୀକ୍ଷାକୁ ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଇଆଇଟି ଆଡମିଶନ୍ ଉଦ୍ଦିଷ୍ଟ ଏହି ପରୀକ୍ଷା ପୂର୍ବରୁ ମେ ମାସ ୧୯ ତାରିଖରେ ହେବାକୁ ଥିଲା। ବର୍ତ୍ତମାନ ତାରିଖ ପରିବର୍ତ୍ତନ ନେଇ jeeadv.ac.in  ସୂଚନା ଦିଆଯାଇଛି। ଏହି ପରୀକ୍ଷାର ଆୟୋଜକ ଆଇଆଟି ରୁର୍କି ପକ୍ଷରୁ କୁହାଯାଇଛି, ଆଗାମୀ ଲୋକସଭା ନିର୍ବାଚନ କାରଣରୁ ଏହାକୁ ଘୁଞ୍ଚାଇଦିଆଯାଇଛି।

ଜେଇଇ ଆଡ୍‌ଭାନ୍ସଡ ନୋଟିସ୍‌ରେ କୁହାଯାଇଛି, “୨୦୧୯ ଜେଇଇ (ଆଡ୍‌ଭାନ୍ସଡ୍) ଅନୁଷ୍ଠିତ ହେବା ସମୟରେ ହିଁ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ  ଭୋଟ୍‌ ଗ୍ରହଣ ଥିବା ଉପରେ ଦୃଷ୍ଟି ରଖି ଏହି ପରୀକ୍ଷା ଆସନ୍ତା ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏହି ପରୀକ୍ଷା ଉଭୟ ଭାରତ ଏବଂ ବିଦେଶରେ ସୋମବାର ହିଁ ଏକା ସମୟରେ ଅନୁଷ୍ଠିତ ହେବ।

ଜେଇଇ ମେନ ଏପ୍ରିଲ ୭ରୁ ୧୨

ଜେଇଇ ମେନ ୨୦୧୯ ଏପ୍ରିଲ ମାସରେ ଯାହା ୮ ତାରିଖରୁ ୨୦ ତାରିଖ ଭିତରେ ହେବାକୁ ଥିଲା ତାହା ନିର୍ବାଚନ ଯୋଗୁଁ ୭ରୁ ୧୨ତାରିଖ ମଧ୍ୟରେ ହେବ ବୋଲି ସ୍ଥିର ହୋଇଛି।

Leave a Reply

Your email address will not be published.