ସାଧୁ ନେପାକଙ୍କ କଂଗ୍ରେସରୁ ଇସ୍ତଫା
ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ୍ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ନ ମିଳିବାରୁ ସେ ଇସ୍ତଫା ଦେଇଥିବା ସୂଚନା ରହିଛି। ସାଧୁ ନେପାକ୍ ୨୦୦୯-୧୪ ମସିହାରେ ବରଗଡ଼ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ, କଂଗ୍ରେସ ଦଳର ଏହି ପୂର୍ବତନ ବିଧାୟକ ଜଣକ ଏବେ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳରେ ମିଶିବେ ସେ ନେଇ ସ୍ପଷ୍ଟ ହୋଇ ନାହିଁ।
ସାଧୁ କହିଛନ୍ତି, କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରୁଥିଲା ମୁଁ ସେ ସମୟରେ ନିର୍ବାଚନ ଜିତିଛି। ତା ସତ୍ତ୍ୱେ ବି ମୋତେ ହତାଦାର କରାଯାଇଛି। ମୁଁ ସବୁବେଳେ ପୂର୍ଣ୍ଣ ଆଗ୍ରହର ସହ ଦଳ ପାଇଁ କାମ କରିଆସିଛି। ଲୋକଙ୍କୁ ଏକଜୁଟ କରାଇଥିଲେ। ମୋତେି ଭରସା କରି ହଜାର ହଜାର କର୍ମୀ କଂଗ୍ରେସକୁ ସମର୍ଥନ କରିଥିଲେ।
ଦଳ ଟିକେଟ ବଣ୍ଟନରେ ଷଡ଼ଯନ୍ତ୍ର କରିଛି। ବାସ୍ତବରେ ଯିଏ ଟିକେଟ୍ ପାଇବା ଯୋଗ୍ୟ ତାଙ୍କୁ ଟିକେଟ ମିଳିନାହିଁ। ମୋତେ ପ୍ରତିଶ୍ରୁତି ଦେଇ ମଧ୍ୟ ଟିକେଟ୍ ଦେଲେ ନାହିଁ। ଦଳ ମୋ ପ୍ରତି ଅନ୍ୟାୟ କରିଥିବାରୁ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି। ’