ମୃତକଙ୍କୁ ୨୫ ଲକ୍ଷ ସହାୟତା ଦେବ ବେଦାନ୍ତ

ଭୁବନେଶ୍ଵର, (ଓଟି): ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପ୍ଲାଣ୍ଟ ସାମ୍ନାରେ ସୁରକ୍ଷାବଳ ଏବଂ ଗ୍ରାମବାସୀଙ୍କ ଭିତରେ ଚାଲିଥିବା ଉତ୍ତେଜନାରେ ଅନ୍ତ ଆଣିବା ଲାଗି ପ୍ଲାଣ୍ଟ କର୍ତ୍ତୃପକ୍ଷ ମୃତକଙ୍କ ପାଇଁ କ୍ଷତିପୂରଣ ସହାୟତା ଘେଶଷଣା କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ କମ୍ପାନୀ ପକ୍ଷରୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ କମ୍ପାନୀର ପ୍ରତିନିଧି ଆଶ୍ଵାସନା ଦେଇଛନ୍ତି। ଏହାଫଳରେ ଉତ୍ତେଜନା ସାମାନ୍ୟ ଥମିଥିବା ଜଣାପଡ଼ିଛି।

ସୋମବାରଦିନ ଲାଞ୍ଜିଗଡ଼ ପ୍ଲାଣ୍ଟ ପାଇଁ ଜମି ଦେଇଥିବା ରେଙ୍ଗୁପାଲି ଗାଁର ଲୋକମାନେ ନିଯୁକ୍ତି ଦାବି କରି ପ୍ଲାଣ୍ଟ ଆଗରେ ଧାରଣା ଦେଇଥିଲେ। ଏହା ତାଙ୍କର ଦୀର୍ଘଦିନର ଦାବି ହୋଇଥିଲେ ମଧ୍ୟ ବେଦାନ୍ତ କର୍ତ୍ତୃପକ୍ଷ ତାଙ୍କ ଦାବିକୁ ଶୁଣୁ ନଥଇବା ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ଏହି ଶାନ୍ତିପୂଣ୍ଣ ବିକ୍ଷୋଭରେ ଉତ୍ତେଜନା ଦେଖାଦେଇଥିଲା। ପ୍ଲାଣ୍ଟକୁ ସୁରକ୍ଷା ଦେଉଥିବା ଓଡ଼ିଶା ଇଣ୍ଡଷ୍ଟ୍ରିୟାଲ୍‌ ସିକ୍ୟୁରିଟି ଫୋର୍ସର କର୍ମୀ ଏବଂ ଗ୍ରାମବାସୀଙ୍କ ଭିତରେ ବଚସା ହୋଇଥିଲା। ସୁରକ୍ଷା କର୍ମୀ ଲାଠି ଚାର୍ଜ କରିଥିବାରୁ ଉତ୍ତେଜନା ବଢ଼ିଲା। ଏଥିରେ ଦାନୀ ହରିଜନ ନାମରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ପରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୪୦ରୁ ଅଧିକ ଆହତ ହୋଇଥିଲେ।

ଏହି ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ଉଗ୍ର ହେଉଥିବାରୁ ପୁଲିସବଳ ପହଞ୍ଚି ତାହାକୁ ନିୟନ୍ତ୍ରଣ କରିବା ସହ ବୁଝାସୁଝା କରିଥିଲେ। ଉଭୟ ପକ୍ଷକୁ ଆଷଲାଚନା ଡାକିଥିଲେ। ଏହି ଆଲୋଚନାରେ ବେଦାନ୍ତ ମୃତକଙ୍କ ପାଇଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବା କ=ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *