ଗାଜିଆବାଦରୁ ଏସପି ପ୍ରାର୍ଥୀ ହେବେ ସଞ୍ଜୟ ଦତ୍ତ
ବଲିଉଡ ଅଭିନେତା ତଥା ସମାଜବାଦୀ ପାର୍ଟିର ମହାସଚିବ ସଞ୍ଜୟ ଦତ୍ତ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେ ଏସପି ଟିକଟରେ ଏସପି-ବିଏସପି ମେଣ୍ଟ ପକ୍ଷରୁ ଉତ୍ତରପ୍ରଦେଶରୁ ଗାଜିଆବାଦରୁ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଏହା ପୂର୍ବରୁ ୨୦୦୯ରେ ସଞ୍ଜୟ ଦତ୍ତ ଏସପି ଟିକଟରେ ଲକ୍ଷ୍ନୌରୁ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। କିନ୍ତୁ ମୁମ୍ୱାଇ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ହୋଇଥିବାରୁ ସୁପ୍ରିମକୋର୍ଟ ତାଙ୍କ ପ୍ରାର୍ଥୀତ୍ୱକୁ ଖାରଜ କରିଦେଇଥିଲେ।
ସେ ସମୟରେ ଦଳର ପ୍ରଭାବଶାଳୀ ନେତା ଅମର ସିଂହ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଦଳରେ ସାମିଲ କରିଥିଲେ। ସେ ସମୟରେ ସଞ୍ଜୟଙ୍କୁ ଦଳର ମହାସଚିବ କରାଯାଇଥିଲା। ଚଳିତ ନିର୍ବାଚନରେ ଏସପି ଗାଜଆବାଦ ଆସୗନରେ କୌଣସି ସିନେମା ଅଭିନେତାଙ୍କୁ ଲଢାଇବାକୁ ଚାହୁଁଛି। ତେଣୁ ଗାଜିଆବାଦରୁ ପ୍ରାର୍ଥୀ କରିବା ପାଇଁ ସଞ୍ଜୟ ଦତ୍ତଙ୍କ ନାମ ଆଗକୁ ଆସୁଛି। ଯଦି ସଞ୍ଜୟ ନିର୍ବାଚନ ଲଢନ୍ତି ତେବେ ତାଙ୍କ ପରିବାରରୁ ୪ର୍ଥ ସଦସ୍ୟ ଭାବେ ନିର୍ବାଚନ ଲଢିବେ। ଏହା ପୂର୍ବରୁ ତାଙ୍କ ମା’ ନର୍ଗିସ ଦତ୍ତ, ପିତା ସୁନୀଲ ଦତ୍ତ ଓ ଭଉଣୀ ପ୍ରିୟା ଦତ୍ତ ନିର୍ବାଚନ ଲଢି ସାରିଛନ୍ତି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ: