ଲୋକସଭା ନିର୍ବାଚନ ସମ୍ପର୍କିତ ୧୦ଟି ରୋଚକ ତଥ୍ୟ

ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ୧୭ତମ ଲୋକସଭା ନିର୍ବାଚନ। ଗତ ୧୬ଟି ନିର୍ବାଚନ ଭିତରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ। ଭାରତ ସ୍ୱାଧୀନ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନକୁ ନେଇ କିଛି ରୋଚକ ତଥ୍ୟ ଉପସ୍ଥାପିତ କରାଗଲା।

ମଲ୍ଟି-ସିଟ ସିଷ୍ଟମ

ପ୍ରଥମ ଦୁଇଟି ସାଧାରଣ ନିର୍ବାଚନରେ କିଛି ସଂସଦୀୟ କ୍ଷେତ୍ର ଏପରି ଥିଲା ଯେଉଁଠାରେ ଦୁଇରୁ ଅଧିକ ସାଂସଦଙ୍କୁ ମନୋନୀତ କରାଯାଇଥିଲ। ଜଣେ ରହୁଥିଲେ ସାମାନ୍ୟ ବର୍ଗର ଏବଂ ଅନ୍ୟଜଣେ ରହୁଥିଲେ ଏସସି-ଏସଟି ବର୍ଗର। ୧୯୫୧-୫୨ରେ ୮୬ ଏବଂ ୧୯୫୭ରେ ୯୨ଟି ସଂସଦୀୟ କ୍ଷେତ୍ର ଦୁଇଟି ସାଂସଦ ଯୁକ୍ତ ରହିଥିଲା। ହେେ ୧୯୬୨ରେ ଏହି ବ୍ୟବସ୍ଥାକୁ ରଦ୍ଦ କରାଯାଇଥିଲା।

ପ୍ରତି ପ୍ରାର୍ଥୀଙ୍କ ପାଇଁ ଅଲଗା ବାଲାଟ

୧୯୫୧-୫୨ ପୂର୍ବରୁ ସାଧାରଣ ନିର୍ବାଚନରେ ପ୍ରତି ପ୍ରାର୍ଥୀଙ୍କ ପାଇଁ ଷ୍ଟିଲର ଅଲଗା ଅଲଗା ବାଲାଟ ବତ୍ତ ବନାଯାଇଥିଲା। ସେହି ସମୟରେ ମୋଟ ୨୫.୮ଲକ୍ଷ ବାଲାଟ ବତ୍ତର ବ୍ୟବହାର ହୋଇଥିଲା।

୬ ଟି ଅଲଗା-ଅଲଗା ଆସନରୁ ଜିତିଥିବା ନେତା

ଅଟଳ ବିହାରୀ ବାଜପେୟୀ ଥିଲେ ଦେଶର ଏକମାତ୍ର ନେତା ଯିଏ ୬ଟି ଭିନ୍ନଭିନ୍ନ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ ମଧ୍ୟ। ସେ ବଳରାମପୁର, ଗୋଆଲିୟର,ନୂଆଦିଲ୍ଲୀ, ବିଦିସା, ଗାନ୍ଧୀନଗର ଏବଂ ଲକ୍ଷ୍ନୌ ଆସନରୁ ଭିନ୍ନଭିନ୍ନ ସମୟରେ ନିର୍ବାଚନ ଲଢିଛନ୍ତି ଏବଂ ଏଠାକାର ସାଂସଦ ମଧ୍ୟ ବନିଛନ୍ତି।

ହାରିବାର ରେକର୍ଡ

ନିର୍ବାଚନରେ ହାରିବାର ରେକର୍ଡ ରହିଛି ଯୋଗିନ୍ଦର ସିଂ ଓରଫ ଧରତି ପକଡଙ୍କ ନାମରେ। ୧୯୬୨ରୁ ସେ ବାରମ୍ୱାର ନିର୍ବାଚନ ଲଢିଛନ୍ତି। ସେ ମୋଟ ୨୫ଥର ନିର୍ବାଚନ ହାରିଛନ୍ତି। ନିର୍ବାଚନ ସମୟରେ କାଳେ ତାଙ୍କର ପରଲୋକ ଘଟିବ ଏବଂ ନିର୍ବାଚନ ବାତିଲ ହେବ ସେଇ ଆଶଙ୍କାରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟ ଦିଆଯାଉଥିଲା। ୧୯୯୮ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମ ଥର ଇଭିଏମ ବ୍ୟବହାର

ଦେଶରେ ପ୍ରଥମ ଥର ଇଭିଏମ ବ୍ୟବହାର କେରଳରେ ହୋଇଥିଲା। ୧୯୮୨ ମସିହାରେ କେରଳର ପରୁର ବିଧାନସଭା କ୍ଷେତ୍ରର ୫୦ଟି ପୁଲିଂ ବୁଥରେ ଇଭିଏମ ମାଧ୍ୟରେ ଭୋଟିଂ ହୋଇଥିଲା।

ସବୁଠୁ ବଡ଼ ଏବଂ ସବୁଠୁ ଛୋଟ ଲୋକସଭା କ୍ଷେତ୍ର

ରେଜିଷ୍ଟର୍ଡ ଭୋଟର ସଂଖ୍ୟା ହିସାବରେ ୨୦୧୪ରେ ସବୁଠୁ ବଡ଼ ଲୋକସଭା କ୍ଷେତ୍ର ଥିଲା ମକାନଗିରି। ଏଠାର ଭୋଟର ସଂଖ୍ୟା ଥିଲା ୨୯.୫ଲକ୍ଷ। ସେହିପରି ସବୁଠୁ ଛୋଟ ଲୋକସଭା କ୍ଷେତ୍ର ଥିଲା ଲକ୍ଷ୍ୟାଦୀପ। ଏଠାକାର ଭୋଟର ସଂଖ୍ୟା ଥିଲା ୪୭,୯୭୨।

ସବୁଠୁ ବୟସ୍କ ଭୋଟର

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ହିମାଚଳ ପ୍ରଦେଶର କିନ୍ନୋର ଜିଲାରେ ରହୁଥିବା ୧୦୧ ବର୍ଷିୟ ଶ୍ୟାମ ସରନ ନେଗୀ ହେଉଛନ୍ତି ଦେଶର ସବୁଠୁ ବୟସ୍କ ଭୋଟର। ସୂଚନା ଅନୁସାରେ ନେଗୀ ବର୍ତ୍ତମାନ ସୁଦ୍ଧା ସମସ୍ତ ୧୬ଟି ସାଧାରଣ ନିର୍ବାଚନରେ ଭୋଟ ଦେଇସାରିଛନ୍ତି।

ମହିଳା ଭୋଟର

ଦେଶର ୮ଟି ରାଜ୍ୟରେ ମହିଳାଙ୍କ ଭୋଟର ସଂଖ୍ୟା ପୁରୁଷ ଭୋଟରଙ୍କ ତୁଳନାରେ ବେଶ ଅଧିକ। ଏହି ରାଜ୍ୟଗୁଡି ହେଉଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୋଆ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ତାମିଲନାଡୁ ଏବଂ ପୁଡୁଚେରି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published.