ଲୋ ବିପି ଅଛିକି? ଲୁଣ, ଅଦା, ତୁଳସୀ ହୋଇପାରେ ଅବ୍ୟର୍ଥ ମହୌଷଧୀ
ନିମ୍ନ ରକ୍ତଚାପ ବା ଲୋ ବିପିକୁ ଡାକ୍ତରୀ ଭାଷାରେ ହାଇପୋଟେନ୍ସନ୍ କୁହାଯାଏ । ଲେ ବିପି ହେଲେ ବାନ୍ତି ଆସିବା, ବେହୋସ୍ ହୋଇଯିବା, ଅସ୍ୱସ୍ତିକର ଅନୁଭବ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ଆଖିକୁ ଠିକ୍ ନ ଦିଶିବା, ହାଲକା କାମରେ ହାଲିଆ ଲାଗିବା ପ୍ରଭୃତି ଲକ୍ଷଣ ଦେଖାଦେଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ସମସ୍ତେ ହସ୍ପିଟାଲର ସାହାଯ୍ୟ ନେଇଥାନ୍ତି ।

ନିମ୍ନରକ୍ତଚାପ ବା ହାଇପୋ ଟେନ୍ସନ୍ ପାଇଁ ବ୍ୟବହାର କରାଯାଉଥିବା ମେଡିସିନର ଅନେକ ସାଇଡ୍ ଇଫେକ୍ଟ ରହିଛି । ତେଣୁ ଏହାର ଉପଶମ ପାଇଁ କୋତୋଟି ଘରୋଇ ଉପାୟ ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଭାବରେ ଲୋ ବିପି ସମସ୍ୟାକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା –
୧- ଲୋ ବିପି ହେବା ଭଳି ଅନୁଭୂତ ହେବା ମାତ୍ରେ ଆପଣ ଗୋଟିଏ ଗ୍ଲାସ ପାଣିରେ ଅଧା ଚାମଚ ଲୁଣ ପକାଇ ପିଅନ୍ତୁ । ଲୁଣରେ ଥିବା ସୋଡିୟମ୍ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ ଏହି ଉପାୟ ଅଧିକ ବ୍ୟବହାରରେ ଆଣନ୍ତୁ ନାହିଁ ।
୨- ଲୋ ବିପି ଥିବା ବ୍ୟକ୍ତିଙ୍କ ପାଇଁ ଅଦା ଏକ ମହୌଷଧି ଭଳି କାମ କରେ । ଅଦାରେ ଥିବା ଜିନଜୋରୋଲ୍, ଶୋଗୋଲ୍ ଓ ଜିନଜୋରୋନ୍ ଭଳି ପୋଷକତତ୍ୱ ରକ୍ତ ଚାପକୁ ନିୟନ୍ତ୍ରଣ କରେ । ଅଦା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ, ଫଳରେ ରକ୍ତଚାପ ସନ୍ତୁଳିତ ଅବସ୍ଥାରେ ରହେ ।
୩- ତୁଳସୀରେ ଥିବା ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପେଣ୍ଟାଥୋନିକ୍ ଓ ପୋଟାସିୟମ୍ ଅବସାଦ ଦୂର କରିବାରେ ସହାୟକ ହେବା ସହିତ ରକ୍ତ ସଞ୍ଚାଳନ ସଠିକ୍ କରେ । ଫଳରେ ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୁଏ । ଏହା ସହିତ ମହୁରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ ଲୋ ବିପି ଥିବା ବ୍ୟକ୍ତିଙ୍କ ପାଇଁ ଲାଭପ୍ରଦ । ତେଣୁ ସକାଳେ ତୁଳସୀ କିମ୍ବା ମହୁ ଖାଆନ୍ତୁ । ଧୀରେ ଧୀରେ ଆପଣ ଲୋ ବିପି ସମସ୍ୟାରୁ ମୁକ୍ତ ହୋଇପାରିବେ ।