ନିକଙ୍କ ପକ୍ଷରୁ ପିସିଙ୍କୁ ମିଳିଲା ଉପହାର, ଦାମ୍- ୨କୋଟି ୩୭ ଲକ୍ଷ ଟଙ୍କା
ଆଜିକାଲି ପିସିଙ୍କ ଗୋଡ଼ ଆଉ ତଳେ ଲାଗୁନି । ଏଭଳି ଖୁସିର କାରଣ ଗୋଟିଏ ନୁହେଁ ଅନେକ । ପିସିଙ୍କ ଅଭିନୀତ ହଲିଉଡ୍ ଫିଲ୍ମ ‘ଇଜ୍ ନଟ୍ ଇଟ୍ ରୋମାଣ୍ଟିକ୍’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି । ଅନ୍ୟପଟେ ଜୋନ୍ସ ବଦର୍ସଙ୍କ ମ୍ୟୁଜିକ୍ ଭିଡିଓ ‘ସକରର୍ସ’ ବିଲ୍ବୋର୍ଡ଼ ଟପ୍ ୧୦୦ ତାଲିକାରେ ନମ୍ବର ୧ ପୋଜିସନ୍ ହାସଲ କରିଛି । ଏଥିରେ ପିସି ଓ ନିକଙ୍କର ରୋମାନ୍ସର ଝଲକ ରହିଛି ।
ଭିଡିଓର ସଫଳତାରେ ଖୁସି ହୋଇ ନିକ୍ ପିସିଙ୍କୁ ଏକ ମର୍ସିଡିଜ୍ ବେଞ୍ଜ୍ ମେବେକ୍ ଗିଫ୍ଟ କରିଛନ୍ତି, ଯାହାର ଦାମ୍ ହେଉଛି ୨କୋଟି ୩୭ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ପିସି ଏହି କାର୍ର ଏକ ଫଟୋ ଇନଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି । ପିସିଙ୍କ ଖୁସିର କାରଣ କେବଳ ଏତିକିରେ ସୀମିତ ନାହିଁ । ପିସିଙ୍କ ଅପକମିଙ୍ଗ୍ ଫିଲ୍ମ ‘ଦି ସ୍କାଇ ଇଜ୍ ପିଙ୍କ୍’ର ସୁଟିଂ ସରିଯାଇଛି ଏବଂ ଖୁବ୍ ଶୀଘ୍ର ସେ ଆନନ୍ଦ ଶିଲାଙ୍କ ବାୟୋପିକ୍ରେ ନଜର ଆସିବେ । ପିସିଙ୍କୁ ସବୁବେଳେ ଏମିତି ହିଁ ଖୁସିର ଖଜାନା ମିଳୁଥାଉ ବୋଲି ତାଙ୍କ ପ୍ରଶଂସକ ଶୁଭକାମନା ଜଣାଇଛନ୍ତି ।