କଂଗ୍ରେସ ପିଛା ଛାଡ଼ୁନାହାନ୍ତି କେଜ୍ରିୱାଲ
ଯେଉଁ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରି ୫ବର୍ଷ ତଳେ କ୍ଷମତାକୁ ଆସିଥିଲେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ। ଏବେ ନିଜର ଲୋକପ୍ରିୟତା କମୁଥିବା ଲକ୍ଷ୍ୟ କରି ନିଜର ଶକ୍ତି ବଢ଼ାଇବା ପାଇଁ ପୁଣି କଂଗ୍ରେସ ପିଠିରେ ଲାଉ ହେବାକୁ ଇଛା କରିଛନ୍ତି। ଅର୍ଥାତ୍ ଆଗାମୀ ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ କରି ନିଜର ମାନସମ୍ମାନକୁ ବଜାୟ ରଖିବାକୁ ଚାହୁଁଛନ୍ତି। କିନ୍ତୁ ଆପ୍ ସହିତ ଦିଲ୍ଲୀ ଓ ପଞ୍ଜାବରେ ମେଣ୍ଟ ହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯିବା ପରେ କେଜ୍ରିୱାଲ ନୂଆ ଫନ୍ଦି ଆରମ୍ଭ କରିଛନ୍ତି। ଏବେ ସେ ହରିଆନାରେ କଂଗ୍ରେସ ସହିତ ମେଣ୍ଟ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଆଜି ଆପ୍ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବିଜେପିକୁ ହରିଆଣାରେ ହରାଇବାକୁ ହେଲେ କଂଗ୍ରେସ ମେଣ୍ଟ କରିବା ଦରକାର। ଆପ୍, ଜନନାୟକ ଜନତା ପାର୍ଟି(ଜେଜେପି) ଓ କଂଗ୍ରେସ ଯଦି ହରିଆଣାରେ ଏକାଠି ହେବେ, ତା’ହେଲେ ବିଜେପି ଏଠାକାର ସମସ୍ତ ୧୦ଟି ଯାକ ଲୋକସଭା ଆସନରେ ପରାସ୍ତ ହୋଇପାରିବ ବୋଲି କେଜ୍ରିୱାଲ ଆଶା କରିଛନ୍ତି।
କେଜ୍ରିୱାଲ କହିଛନ୍ତି, ମୁଁ ଆଜି ରାହୁଲ ଗାନ୍ଧିଙ୍କୁ ଏକ ପ୍ରସ୍ତାବ ଦେବାକୁ ଚାହୁଁଛି। ଆପ୍, କଂଗ୍ରେସ ଓ ଜେଜେପି ଏକାଠି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିବା ଦରକାର। ଦିଲ୍ଲୀରେ ଆମେ କଂଗ୍ରେସ ବିନା ଜିତି ପାରିବୁ। ଏଥିପାଇଁ ଲୋକମାନେ ବ୍ୟସ୍ତ ହେବା ଦରକାର ନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଯୋଡ଼ି ଦେଶ ପାଇଁ ବିପଦ। ତେଣୁ ଏହି ଯୋଡ଼ିକୁ ପରାସ୍ତ କରିବା ନିହାତି ଜରୁରି। ଦେଶ ବର୍ତ୍ତମାନ ଦୁଇଟି ଭାଗରେ ବିଭକ୍ତ। ଗୋଟିଏ ପଟେ ମୋଦିଙ୍କ ଅନ୍ଧ ଭକ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ ଶାସନରୁ ହଟାଇବାକୁ ଲୋକ ଅଛନ୍ତି। ହେଲେ ମୋଦିଙ୍କୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ଅଧିକା ଥିଲେ ହେଁ ସେମାନେ ଏକ ହୋଇପାରୁନାହାନ୍ତି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :