ଆକାଶ-ଶ୍ଲୋକାଙ୍କ କିସିଙ୍ଗ୍ ଭିଡିଓ ଭାଇରାଲ୍
ଗତ ୯ ତାରିଖରେ ମୁମ୍ବାଇସ୍ଥିତ ଜିଓ ସେଣ୍ଟରରେ ଆକାଶ ଅମ୍ବାନୀ ତାଙ୍କ ପିଲାଦିନର ସାଙ୍ଗ ଶ୍ଲୋକା ମେହେତାଙ୍କୁ ବିବାହ କରିଥିଲେ । ଏହି ରାଜକୀୟ ବିବାହର ଚର୍ଚ୍ଚା ଏବେ ପର୍ଯ୍ୟନ୍ତ ସରିନାହିଁ । ଏହି ଧାରାରେ ଏବେ ଆକାଶ ଓ ଶ୍ଲୋକାଙ୍କର ଏକ ରୋମାଣ୍ଟିକ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମାତ୍ର କିଛି ମିନିଟର ଏହି ଭିଡିଓକୁ ଆଜିକାଲି ଖୁବ୍ ଲାଇକ୍ ମିଳୁଛି । ଏହି ଭିଡିଓରେ ନବ ବିବାହିତ ଯୋଡ଼ି ବେଶ୍ ରୋମାଣ୍ଟିକ୍ ମୁଡରେ ଡ୍ୟାନ୍ସ କରୁଛନ୍ତି ଏବଂ ଆକାଶ ଅଚାନକ ଶ୍ଲୋକାଙ୍କୁ କିସ୍ କରୁଛନ୍ତି । ଏହାପରେ ଶ୍ଲୋକା ଟିକେ ଲାଜେଇ ଯାଉଛନ୍ତି । ଏହି ରୋମାଣ୍ଟିକ୍ ମୁହୂର୍ତ୍ତକୁ ସେଠାରେ ଉପସ୍ଥିତ ଅତିଥି ଚିୟରଅପ୍ କରିବାର ଦେଖିବାକୁ ମିଳୁଛି । ଆକାଶଙ୍କ ସାନଭାଇ ଅନନ୍ତ ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ରାଧିକା ମଧ୍ୟ ନବ ବିବାହିତ ଯୋଡ଼ିଙ୍କୁ ଚିୟରଅପ୍ କରୁଛନ୍ତି । ୱେଡିଙ୍ଗ୍ ପାର୍ଟିର ଏହି ଭିଡିଓ ଏବେ ଲଭବାର୍ଡ଼ଙ୍କ ପ୍ରଥମ ପସନ୍ଦ ସାଜିଛି ।
ସୂଚନାଯୋଗ୍ୟ ରାଧିକା ଓ ଅନନ୍ତଙ୍କୁ ଅନେକ ପାର୍ଟି କିମ୍ବା ଉତ୍ସବରେ ଏକାସାଙ୍ଗରେ ସ୍ପଟ୍ କରାଯାଇଛି । ଅନନ୍ତ ଓ ରାଧିକାଙ୍କର ରୋକା ସେରିମନି ସରି ଯାଇଥିବାର ଏକ ଉଡ଼ା ଖବର ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ରିଲାଏନ୍ସ ଗ୍ରୁପ୍ର ପ୍ରବକ୍ତା ଏହି ଖବରକୁ ସମ୍ପୂର୍ଣ୍ଣ ଖାରଚ କରିଦେଇଥିଲେ ।