‘ପିଙ୍କ୍’କୁ ପଛରେ ଛାଡ଼ିଲା ‘ବଦଲା’, ଜାଣନ୍ତୁ ୪ଦିନର ବକ୍ସ ଅଫିସ୍ ହାଲଚାଲ୍
ଏଥର ଫ୍ରାଇଡେ’ ରିଲିଜ୍ରେ ସିନେମାଘରକୁ ଆସିଥିଲା ବିଗ୍ ବି ଓ ତାପସୀଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଦଲା’ । ରିଲିଜ୍ ହେବା ପରଠାରୁ ଆଜିପର୍ଯ୍ୟନ୍ତ ‘ବଦଲା’ ଜବରଦସ୍ତ ବ୍ୟବସାୟ କରିଚାଲିଛି । ବିଗ୍ ବିଙ୍କର ଅନ୍ୟ ଦୁଇଟି ଫିଲ୍ମ ‘ପିଙ୍କ୍’ ଓ ‘୧୦୨ ନଟ୍ ଆଉଟ୍’କୁ ପଛରେ ଛାଡ଼ିଦେଇଛି ‘ବଦ୍ଲା’ । ଓପନିଙ୍ଗ ଡେ’ ଅର୍ଥାତ୍ ଶୁକ୍ରବାର ଦିନ ଏହି ଫଲ୍ମ ୫ କୋଟି ୪ ଲକ୍ଷ ଟଙ୍କାରୁ ଖାତା ଖୋଲିଥିଲା । ଶନିବାର ଦିନ ୮କୋଟି ୫୫ଲକ୍ଷ ଏବଂ ରବିବାର ଦିନ ୯ କୋଟି ୬୧ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ସୋମବାର ଦିନ ଏହାର ବକ୍ସ ଅଫିସ୍ ବ୍ୟବସାୟ ଥିଲା ୩ କୋଟି ୭୫ ଲକ୍ଷ ଟଙ୍କା । ମୋଟ ଉପରେ ୪ ଦିନରେ ‘ବଦଲା’ର ବକ୍ସ ଅଫିସ୍ ବ୍ୟବସାୟ ହେଉଛି ୨୬ କୋଟି ୯୫ ଲକ୍ଷ ଟଙ୍କା । ଗ୍ରସ୍ ବକ୍ସ ଅଫିସର କଲେକସନ୍ ହେଉଛି ୩୧ କୋଟି ୮୦ ଲକ୍ଷ ।
ଏ ସମ୍ପର୍କରେ ତରଣ ଆଦର୍ଶ ଟ୍ୱିଟ୍ କରିଛନ୍ତି ଯେ – ଓପନିଙ୍ଗ୍ ୱିକେଣ୍ଡ୍ ବ୍ୟବସାୟ କ୍ଷେତ୍ରରେ ‘ପିଙ୍କ୍’ ଓ ‘୧୦୨ ନଟ୍ ଆଉଟ୍’କୁ ‘ବଦଲା’ ପଛରେ ଛାଡ଼ିଦେଇଛି । ‘୧୦୨ ନଟ୍ ଆଉଟ୍’ର ବ୍ୟବସାୟ ଥିଲା ୧୬ କୋଟି ୬୫ ଲକ୍ଷ ଟଙ୍କା ଏବଂ ‘ପିଙ୍କ’ ୨୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଓଭର୍ସିଜ୍ ମାର୍କେଟ୍ରେ ‘ବଦଲା’ ୧୧କୋଟି ୯୬ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାର ସୂଚନା ମିଳିଛି । ଫିଲ୍ମର ଏଭଳି ସଫଳତା ପାଇଁ ବିଗ୍ ବି ସିନେପ୍ରେମୀଙ୍କୁ ଧନ୍ୟବାଦ ଜଣାଇବା ସହିତ ‘ବଦଲା’ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ଏକ ନୂଆ ଅନୁଭୂତି ଆଣିଦେଇଥିଲା ବୋଲି ଟ୍ୱିଟ୍ କରିଛନ୍ତି ।