‘କେଶରୀ’ର ପ୍ରୋମୋ ରିଲିଜ୍, ଅକିଙ୍କ ପାଇଁ ବଢିଲା କ୍ରେଜ୍
ଖିଲାଡ଼ି କୁମାର ଅକ୍ଷୟ ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘କେଶରୀ’ର ପ୍ରୋମୋ ରିଲିଜ୍ କରାଯାଇଛି । ଐତିହାସିକ କଥାବସ୍ତୁ ଉପରେ ଆଧାରିତ ‘କେଶରୀ’ର ପ୍ରୋମୋରେ ଅକ୍ଷୟ ଓରଫ୍ ଅକିଙ୍କ ନିଆ ଲୁକ୍ ସିନେପ୍ରେମୀ ଓ ପ୍ରଶଂସକଙ୍କୁ ଏକରକମ ପାଗଳ କରି ରଖିଛି । ଅକ୍ଷୟ ଏହି ପ୍ରୋମୋ ଭିଡିଓକୁ ସେୟାର୍ କରି ଲେଖିଛନ୍ତି – ‘ଆମେ ସେତେବେଳେ ହିଁ ଜିତି ଯାଇଥିଲୁ, ଯେତେବେଳେ ଲଢିବା ନିଷ୍ପତି ନେଇଥିଲୁ । ଏହି ଭିଡିଓ ରିଲିଜ୍ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୩ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଏହାକୁ ଲାଇକ୍ କରିଥିଲେ । ଭିଡିଓରେ ଯୁଦ୍ଧର କିଛି ଅଂଶ ଦେଖିବାକୁ ମିଳିଛି । ଏଥିରେ ଥିବା ଦମ୍ଦାର୍ ଡାଇଲଗ୍ ଦର୍ଶକଙ୍କ ମନ କିଣି ନେଇଛି । ଆଫଗାନ୍ ସୈନ୍ୟର ସରଦାର୍ କହିଛନ୍ତି ଯେ – ‘ଜିତ୍, ବାହାଦୂରୀ ଓ ପାଗଲପନ୍ ମେ ବହୁତ୍ କମ୍ ଫର୍କ ହୋତା ହେ’ । ଏହାର ଉତ୍ତରରେ ଅକ୍ଷୟ କହୁଛନ୍ତି – ‘୨୧ ସେ ଲଢନେ କେ ଲିଏ ୧୦ ହଜାର୍ ଲେକର୍ ଆୟେ ହୋ ଔର୍ ବାହାଦୂରୀ କି ବାତ୍ କରତେ ହୋ’ । ଏହାର ପ୍ରତିଉତ୍ତରରେ ଆଫଗାନ୍ ସରଦାର୍ କହିଛନ୍ତି ଯେ – ‘ତୁମ୍ ୟେ ଜଙ୍ଗ୍ ଜିତ୍ ନେହିଁ ସକତେ’ । ଏହାର ଏକ ଦମ୍ଦାର୍ ଓ ଯୋଶ୍ ଭରା ଉତ୍ତରରେ ଅକି କହିଛନ୍ତି – ‘ଜିତ୍ ତୋ ହମ୍ ତଭି ଗେୟେ ଥେ, ଜବ୍ ହମନେ ଲଢନେ କା ଫୈସଲା କିୟା ଥା । ବାକି ମରନା ମାରନା ହେ, ଚଲତା ରହେଗା’ ।
ମାତ୍ର କିଛି ମିନିଟର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନୁରାଗ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରଣ ଜୋହର୍, ଅପୂର୍ବ ମେହେତା ଓ ସୁନିର୍ । ୧୮୯୭ରେ ସରାଗଢିରେ ହୋଇଥିବା ଆଫଗାନ୍ ଓ ଶିଖ୍ ସୈନ୍ୟଙ୍କ ଯୁଦ୍ଧ ଉପରେ କାହାଣୀ ଆଧାରିତ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ସିନେମାଘରକୁ ଆସିବ ।