ଏକଜିମା ସମସ୍ୟାର ଘରୋଇ ଉପଚାର
ଏକଜିମା ଏକ ଇନଫ୍ଲେମେଟ୍ରି ସ୍କିନ୍ ଡିଜିଜ୍, ଯେଉଁଥିରେ ତ୍ୱଚା ଅତ୍ୟଧିକ ଭାବେ କୁଣ୍ଡେଇ ହେବା ସହିତ ଲାଲ୍ ହୋଇ ଘା ହୋଇଥାଏ । ଅନେକ କ୍ଷେତ୍ରରେ ଏକଜିମା ହେବା ଦ୍ୱାରା ତ୍ୱଚା ଫାଟିଯାଏ ଏବଂ ତ୍ୱଚାରେ କୁଞ୍ଜନ ସୃଷ୍ଟି ହୁଏ । ଏହାର ଲକ୍ଷଣ ଅନେକ ପ୍ରକାରର ହୋଇଥାଏ । ଏହାର ଉପଚାର ପାଇଁ ଦୀର୍ଘ ଦିନ ଲାଗିଥାଏ । କିନ୍ତୁ ଏହାର ଏକ ଘରୋଇ ଉପଚାର ରହିଛି, ଯେଉଁଥିରେ ଖୁବ୍ କମ୍ ସମୟ ଭିତରେ ଏକଜିମା ସମସ୍ୟା ଦୂର ହୋଇପାରିବ । ପ୍ରାକୃତିକ ଉପାୟରେ ଏକଜିମା ଦୂର କରାଯାଇପାରେ ।
ଏକଜିମା ଦୂର କରିବା କ୍ଷେତ୍ରରେ ‘ନିମ’ର ବ୍ୟବହାର ହେଉଛି ସବୁଠାରୁ ଭଲ ବିକଳ୍ପ । ନିମତେଲ, ନିମଛାଲିର ପାଣି, କିମ୍ବା ନିମ୍ବ ପତ୍ର, ଯେ କୌଣସି ଉପାୟରେ ମଧ୍ୟ ଆପଣ ନିମକୁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ନିମ କେଉଁଭଳି ଭାବେ ଏକଜିମା ଦୂର କରିପାରିବ –
୧- ନିମତେଲରେ ମଇଶ୍ଚରାଇଜର୍ ଅଧିକ ଥିବାରୁ ଏହା ତ୍ୱଚାକୁ ଶୁଷ୍କ ହେବାକୁ ଦିଏନାହିଁ । ଫଳରେ ଏକ୍ଜିମା ସମସ୍ୟା ଆଶଙ୍କା ୬୦ ପ୍ରତିଶତ କମ୍ ଥାଏ ।
୨- ନିମରେ ପ୍ରାକୃତିକ ଭାବେ ଆଣ୍ଟି ଇନଫ୍ଲେମେଣ୍ଟାରୀ ଗୁଣ ରହିଛି ଯେଉଁଥିରେ ତ୍ୱଚାରେ ପଡ଼ିଥିବା ଲାଲ୍ଦାଗ ସହିତ ବ୍ୟାକ୍ଟେରିଆ ଦୂର କରେ । ନିମ ଆଣ୍ଟି ସେପଟିକ୍ ହୋଇଥିବାରୁ ଏହା ଅଧିକ ସଂକ୍ରମଣ ହେବାକୁ ଦେଇନଥାଏ ।
୩- ନିମରେ ଏନାଲଜୋସିକ୍ ଗୁଣ ଥିବାରୁ ନିମ ପତ୍ରର ପେଷ୍ଟ୍ ଏକ୍ଜିମା ଦୂର କରିବା କ୍ଷେତ୍ରରେ ଖୁବ୍ ସହାୟକ । ଏହାକୁ ଲଗାଇବା ଫଳରେ କୁଣ୍ଡିଆ ଦୂର ହେବା ସହ ଦରଜରୁ ଆରାମ ମିଳିଥାଏ ।