୩୦ ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ମୋଦିଙ୍କ ପ୍ରଚାର କରିବେ

ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ଆଇଆଇଟି ସମେତ ଭାରତର ୧୫ଟି ସହରରେ ଥିବା ୩୦ଟି ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାସୀନ କରାଇବା ପାଇଁ ପ୍ରଚାର କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି। ଏହି ଅଧ୍ୟାପକମାନେ ଚଳିତ ସପ୍ତାହରୁ ସେମାନଙ୍କର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ମୋଦିଙ୍କ ନିର୍ବାଚନ ପ୍ରଚାର ପାଇଁ ଏକାଠି ହୋଇଥିବା ଅଧ୍ୟାପକମାନେ ‘ଏକାଡେ଼ମିକ୍ସ ୪ ନମୋ’ ନାମରେ ସଂଗଠନ କରିଛନ୍ତି। ମୋଦିଙ୍କ ସମ୍ପର୍କରେ ମତଦାତାଙ୍କ ନିକଟରେ ଯେଉଁ ନକରାତ୍ମକ ଚିନ୍ତାଧାରା ରହିଛି ତାହାକୁ ଦୂର କରିବା ପାଇଁ ଏହି ଅଧ୍ୟାପକମାନେ ଦେଶ ସାରା ବୈଠକ ଓ ବିତର୍କ ଆୟୋଜନ କରିବେ। ଏପରିକି ଆଗାମୀ ନିର୍ବାଚନରେ ମୋଦିଙ୍କୁ ସମର୍ଥନ କରିବା ପାଇଁ ଶିକ୍ଷା ଜଗତର ସହକର୍ମମାନଙ୍କୁ ଏହି ଅଧ୍ୟାପକମାନେ ନିବେଦନ କରିବେ ବୋଲି ସ୍ଥିର ହୋଇଛି।

ବାମପନ୍ଥୀଙ୍କ ଦୁର୍ଗ କୁହାଯାଉଥିବା ଶିକ୍ଷାଜଗତ ମୋଦି ସରକାରକୁ ବିରୋଧ କରି ଆସୁଛନ୍ତି। ଅସହିଷ୍ଣୁତା ଉପରେ ବିତର୍କ, ଜେଏନୟୁର ଦେଶ ଦ୍ରୋହ ବିବାଦ ଭଳି ପ୍ରସଙ୍ଗରେ ଶିକ୍ଷକ ଓ ମୋଦି ସରକାର ଲଢ଼େି କରିଥାନ୍ତି। ମୋଦିଙ୍କ ସମ୍ପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଇବା ପାଇଁ ‘ଏକାଡେ଼ମିକ୍ସ ୪ ନମୋ’ କାମ କରିବ ବୋଲି ସ୍ଥିର ହୋଇଛି।

‘ଏକାଡେ଼ମିକ୍ସ ୪ ନମୋ’ ସଂଗଠନରେ ଭାରତର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାବିତମାନେ ସଦସ୍ୟ ରହିଛନ୍ତି। ଜେଏନୟୁ, ଆଇଆଇଟି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *