ଆକାଶ-ଶ୍ଲୋକାଙ୍କ ବିବାହ ଉତ୍ସବ ଆରମ୍ଭ, ପ୍ରଥମ ଭିଡିଓ ଭାଇରାଲ୍

ଅମ୍ବାନୀ ପରିବାରରେ ଏବେ ଆକାଶଙ୍କର ରାଜକୀୟ ବିବାହ ଉତ୍ସବର ବିଭିନ୍ନ ରୀତିନୀତି ଆରମ୍ଭ ହୋଇସାରିଛି । ୭ ଫେବୃୟାରୀରେ ଅମ୍ବାନୀ ପରିବାର ପକ୍ଷରୁ ଅନାଥ ଶିଶୁଙ୍କ ପାଇଁ ‘ଅନ୍ନ ସେବା’ କାର୍ଯ୍ୟକ୍ରମ ହୋଇଥିଲା, ଯାହାର ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଥିଲା ଏବଂ ଏଥିରେ ୨୦୦୦ ଅନାଥ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିବାର ସୂଚନା ମିଳିଥିଲା । ଏବେ ବିବାହ ଉତ୍ସବର ପ୍ରଥମ ଭିଡିଓ ଭାବେ ଆକାଶ ଓ ଶ୍ଲୋକାଙ୍କ ସଙ୍ଗୀତ ସେରିମନିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଆକାଶ ଅନ୍ୟ କେତେଜଣଙ୍କ ସହିତ ଷ୍ଟେଜରେ ଡ୍ୟାନ୍ସ କରୁଛନ୍ତି । ଏହାପରେ ଆକାଶଙ୍କ ବିବାହ ଉତ୍ସବ ଖୁସିରେ ମୁମ୍ବାଇର ସବୁ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ଅନ୍ନ ଦାନ କରାଯିବ ବୋଲି ଖବର ମିଳିଛି । ଆସନ୍ତା ୯ ତାରିଖରେ ଆକାଶ ଓ ଶ୍ଲୋକାଙ୍କ ଶୁଭ ପରିଣୟ ଅନୁଷ୍ଠିତ ହେବ ।

Leave a Reply

Your email address will not be published.