ଜାଣନ୍ତୁ ଅଯୋଧ୍ୟା ମାମଲାର ମଧ୍ୟସ୍ଥିଙ୍କୁ

ଅଯୋଧ୍ୟା ମାମଲାକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ପାଇଁ ସୁପ୍ରମକୋର୍ଟ ଶୁକ୍ରବାର ଦିନ ମଧ୍ୟସ୍ଥତା କମିଟି ଗଠନ କରିଛନ୍ତି। ସୁପ୍ରମକୋର୍ଟ ଜଷ୍ଟିସ ଏଫ.ଏମ.କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ମଧ୍ୟସ୍ଥି ପେନଲ ଗଠନ କରାଯାଇଛି। ଯେଉଁଥିରେ ଆଧ୍ୟତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବିରଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ଏହି କମିଟିରେ ସାମିଲ ଅଛନ୍ତି। ମଧ୍ୟସ୍ଥତାର ପୁରା କାର୍ଯ୍ୟକ୍ରମ କ୍ୟାମେରା ଆଗରେ ହେବ ଏବଂ ମିଡିଆ ଏହାର ରିପୋର୍ଟିଂ କରିପାରିବ ନାହିଁ। ଆସନ୍ତୁ ଜାଣିବା କିଏ ଏହିମାନେ ଯେଉଁମାନେ ମଧ୍ୟସ୍ଥତା କମିଟିରେ ଅଛନ୍ତି।

ଏଫ.ଏମ. କଲିଫଉଲ୍ଲା

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବ ଜଜ ଜଷ୍ଟିସ ଏଫ.ଏମ. କଲିଫଉଲ୍ଲା। ତାମିଲନାଡୁର ନିବାସୀ ଜଷ୍ଟିସ କଲିଫଉଲ୍ଲାଙ୍କ ନାମ ଫାକିର ମୁହମ୍ମଦ ଇବ୍ରାହମ କଲିଫଉଲ୍ଲା। ନିଜର ନ୍ୟାୟିକ ଜୀବନ ଓକିଲାତିରୁ ଆରମ୍ଭ କରିଥଲେ। ଓକିଲରୁ ହାଇକୋର୍ଟ
ବିଚାରପତି , ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ୨୦ ଅଗଷ୍ଟ ୧୯୭୫ରୁ ନିଜର ଓକିଲାତି ଆରମ୍ଭ କରିଥିବା କଲିଫଉଲ୍ଲା ୨୦୦୦ ମସିହାରେ ମାଦ୍ରାସ ହାଇକୋର୍ଟରେ ସ୍ଥାୟୀ ବିଚାରପତି ହୋଇଥିଲେ। ଫେବ୍ରୁଆରୀ ୨୦୧୧ରେ ଜମ୍ମୁ-କାଶ୍ମୀରର ବିଚାରପତି ହୋଇଥିଲେ ଏବଂ ଏହାର ଦୁଇ ସପ୍ତାହ ପରେ
ସୁପ୍ରିମକୋର୍ଟର ଆକଟିଂ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ଏହାପରେ ସେପ୍ଟମ୍ବର ୨୦୧୨ରେ ଜମ୍ମୁ-କାଶ୍ମୀର ହାଇ କୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପରେ ସେ ୨ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥଲେ ଏବଂ ୨୨ ଜୁଲାଇ ୨୦୧୬ରେ ଅବସର ନେଇଥିଲେ।

ଶ୍ରୀ ଶ୍ରୀ ରବିଶଙ୍କର

ମଧ୍ୟସ୍ଥତା କମିଟିରେ ଜାଣା ଶୁଣା ଅଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ସାମିଲ ଅଛନ୍ତି। ଆର୍ଟ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ଏହା ପୂର୍ବରୁ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଅଯୋଧ୍ୟା ମାମଲର ସମାଧାନ କରିବା ପାଇଁ ପ୍ରାୟାସ କରିଥିଲେ କିନ୍ତୁ ସଫଳତା ମିଳିନଥିଲା। ଏହାଛଡା ,ସେ କାଶ୍ମୀରରେ ଶାନ୍ତି ପାଇଁ ପ୍ରୟାସ କରିସାରିଛନ୍ତି। ଶ୍ରୀ ଶ୍ରୀ ରବିଶଙ୍କର ଦେଶ ବିଦେଶରେ କୋଟି କୋଟି ଅନୁଗାମୀ ଅଛନ୍ତି । ସେ ୧୯୮୧ ମସିହାରେ ଆର୍ଟ ଅଫ ଲିଭିଂ ସ୍ଥାପନା କରିଥିଲେ। ଶ୍ରୀ ଶ୍ରୀ ରବିଶଙ୍କର ସାମାଜିକ ଏବଂ ସଂପ୍ରାଦାୟିକ ଭାବନା ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ପରିଚିତ।

ଶ୍ରୀରାମ ପଞ୍ଚୁ

ସୁପ୍ରିମକୋର୍ଟଙ୍କ ଦ୍ୱାରା ଅଯୋଧ୍ୟ ମାମଲାର ମଧ୍ୟସ୍ଥତା ପାଇଁ ଗଠିତ କମିଟିରେ ଶ୍ରୀରମ ପଞ୍ଚୁ ସାମିଲ ଅଛନ୍ତି। ୪୦ ବର୍ଷରୁ ଅଧିକ ସମୟ ଧରି ଓକିଲାତି କରୁଥିବା ବରିଷ୍ଠ ଓକିଲ ପଞ୍ଚୁ ଗତ ୨୦ ବର୍ଷ ହେଲା ସକ୍ରିୟ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରୁଛନ୍ତି। ସେ ମିଡିଏସନ ଚ୍ୟାମ୍ବେର ସଂସ୍ଥାପକ। ସେ ଦେଶର ସବୁ ଜାଗାରେ ବ୍ୟାବସାୟୀକ, କର୍ପୋରେଟ ଏବଂ ଅନ୍ୟ କ୍ଷେତ୍ର ସହ ଜଡିତ ଅନ୍ୟ ଅନେକ ବଡ ଏବଂ ଜଟିଳ ବିବାଦର ମଧ୍ୟସ୍ଥତା ମଧ୍ୟ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *