ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ଧାରଣ କରନ୍ତୁ ଏହି ରତ୍ନ
ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବିକା କ୍ଷେତ୍ରରେ ଉନ୍ନତି ଚାହିଁଥାନ୍ତି । ତେଣୁ ସେଥିରେ ଉନ୍ନତି ଆଣିବା ପାଇଁ ପ୍ରାୟ ସମସ୍ତେ ଜ୍ୟୋତିଷ ଶାସ୍ତ୍ରକାରମାନଙ୍କ୍ ସହାୟତା ଲୋଡ଼ିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅନେକ ପୂଜା ବିଧି ରହିଛି, ଯାହା ଦ୍ୱାରା କର୍ମକ୍ଷେତ୍ର ଓ ପରିବାର ଉଭୟରେ ଉନ୍ନତି ଆସିଥାଏ । ଏହା ବ୍ୟତୀତ ଅନ୍ୟ ଏକ ଉପାୟ ରହିଛି, ଯାହା ଦ୍ୱାରା କର୍ମକ୍ଷେତ୍ରରେ ସବୁ ବାଧାବିଘ୍ନ ଦୂର ହେବା ସହିତ ପଦୋନ୍ନତି ମିଳିଥାଏ । ସେହି ଉପାୟଟି ହେଉଛି ବିଭିନ୍ନ ପ୍ରକାର ରତ୍ନ ଧାରଣ କରିବା । ଜ୍ୟୋତିଷିମାନେ ଅନେକ ପ୍ରକାର ରତ୍ନ ସମ୍ବନ୍ଧୀୟ ସୂଚନା ଦେଇଥାନ୍ତି, ଯାହାଦ୍ୱାରା ଜୀବନରେ ସଫଳତା ଆସିଥାଏ ବୋଲି ବିଶ୍ୱାସ ରହିଛି ।
ତାହେଲେ ଆସନ୍ତୁ ଜାଣିବା କେଉଁ କର୍ମକ୍ଷେତ୍ର ପାଇଁ କେଉଁ ରତ୍ନ ଧାରଣ କରିବା ଉଚିତ୍ –
୧- କଳା କ୍ଷେତରେ ଜଡ଼ିତ ବ୍ୟକ୍ତି ହିରା, ମୋତି ଓ ପୋଖରାଜ୍ ରତ୍ନ ଧାରଣ କରିବା ଆବଶ୍ୟକ ।
୨- ସରକାରୀ କର୍ମଚାରିମାନେ କିମ୍ବା କୌଣସି ପ୍ରାଇଭେଟ୍ ସଂସ୍ଥାର କର୍ମଚାରି ଧଳା ପୋଖରାଜ୍ ଧାରଣ କରନ୍ତୁ ।
୩- ଲେଖକ ଓ କାରିଗର ଶ୍ରେଣୀର ବ୍ୟକ୍ତି ପନ୍ନା ଓ ମାଣିକ୍ୟ ରତ୍ନ ଧାରଣ କଲେ ଶୁଭ ହୋଇଥାଏ ।
୪- ପ୍ରଶାସନିକ ଅଧିକାରୀ ନିଲମ୍ ଓ ମୁଙ୍ଗା ରତ୍ନ ଧାରଣ କରିବା ଉଚିତ୍ ।
୫- ଅର୍ଥ ସମ୍ବନ୍ଧୀୟ ଯେ କୌଣସି କର୍ମକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ପନ୍ନା ରତ୍ନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରକାର ମାନେ ମତ ଦିଅନ୍ତି ।
୬- ଓକିଲ ଓ ଶିକ୍ଷାକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ପଦୋନ୍ନତି ଚାହୁଁଥିଲେ ମୁଙ୍ଗା ଓ ପନ୍ନା ରତ୍ନ ଧାରଣ କରନ୍ତୁ ।