ଜାହ୍ନବୀଙ୍କ ପ୍ରଥମ ପ୍ରେମ କିଏ? ଜାଣନ୍ତୁ

ଗତ ବର୍ଷ ଫିଲ୍ମ ‘ଧଡ଼କ୍’ରୁ ବଲିଉଡ୍ରେ ପାଦ ଥାପିଥିବା ଜାହ୍ନବୀ ସୁପରହିଟ୍ ଷ୍ଟାରଡଟର୍ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜାହ୍ନବୀଙ୍କ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଏବେ ସୋସିଆଲ୍ ମିଡିଆରେ ସମସ୍ତେ ଆଗ୍ରହୀ । ଏହି ଧାରାରେ ଏବେ ଜାହ୍ନବୀଙ୍କ ସମ୍ପର୍କରେ ଆଉ ଏକ ଜବରଦସ୍ତ ଖବର ଶୁଣିବାକୁ ମିଳିଛି । ନିକଟରେ କରଣ ଜୋହର୍ଙ୍କ ଶୋ’ ‘କଫି ୱିଥ୍ କରଣ’ରେ ଜାହ୍ନବୀଙ୍କୁ ତାଙ୍କ ପ୍ରଥମ ପ୍ରେମ ସମ୍ପର୍କରେ କିଛି ପ୍ରଶ୍ନ ପଚାରା ଯାଇଥିଲା । ଏହାର ଉତ୍ତରରେ ଜାହ୍ନବୀ ଯାହାଙ୍କର ନାଁ ନେଇଥିଲେ, ସେଥିରେ କରଣ ଆଶ୍ଚର୍ଯ୍ୟଚକିତ ଥିଲେ । ତେବେ କହିରଖୁଛୁ ଜାହ୍ନବୀଙ୍କ ପ୍ରଥମ ପ୍ରେମ ହେଉଛନ୍ତି ବଲିଉଡ୍ର ଜଣେ ଦକ୍ଷ କଳାକାର ଏବଂ ତାଙ୍କର ନାଁ ହେଉଛି ରାଜକୁମାର ରାଓ । ସୂଚନାଯୋଗ୍ୟ ‘ଧଡ଼କ୍’ ରିଲିଜ୍ ହେବା ପରେ ଅଭିନେତା ଇଶାନ୍ ଖଟ୍ଟରଙ୍କ ସହିତ ଜାହ୍ନବୀଙ୍କ ପ୍ରେମ ସମ୍ପର୍କ ଅଛି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜାହ୍ନବୀଙ୍କ ମୁହଁରୁ ରାଜକୁମାର ରାଓଙ୍କ ନାଁ ଶୁଣିବା ପରେ ସବୁ ପ୍ରକାର ଚର୍ଚ୍ଚାର ଅନ୍ତ ଘଟିଛି ବୋଲି କୁହାଯାଇପାରେ ।

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖତ’ରେ ଜାହ୍ନବୀଙ୍କୁ ସାଇନ୍ କରାଯାଇଛି । ସେହି ଫିଲ୍ମରେ ଅନିଲ୍ କପୁର୍, କରିନା, ରଣବୀର୍ ସିଂ, ଆଲିଆ, ବିକି କୌଶଲ ଓ ଭୂମିଙ୍କ ସହ ଜାହ୍ନବୀ ସ୍କ୍ରୀନ ସେୟାର୍ କରିବାକୁ ଯାଉଛନ୍ତି । ଏହି ମଲଟିଷ୍ଟାରର୍ ଫିଲ୍ମର ରିଲିଜ୍କୁ ସିନେପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *