ପୂଜାଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରୁଛନ୍ତି କି? ନିଶ୍ଚୟ ଧ୍ୟାନ ଦିଅନ୍ତୁ କିଛି ବିଶେଷ ଦିଗ ଉପରେ
ପୂଜା ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲେ କିଛି ବିଶେଷ ଦିଗ ପ୍ରତି ଆପଣ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ନଚେତ୍ ଆପଣଙ୍କ ପୂଜାର୍ଚ୍ଚନା ଅଧୁରା ହୋଇଯିବ । ପୂଜାର୍ଚ୍ଚନା ଅଧୁରା ହେଲେ କୌଣସି ଶୁଭଫଳ ପ୍ରାପ୍ତି ହୋଇନଥାଏ ବୋଲି ଶାସ୍ତ୍ରରେ ମତ ରହିଛି । ତାହେଲେ ଆସନ୍ତୁ ଜାଣିବା କେଉଁ ଦିଗ ପ୍ରତି ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ –
୧- ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପୂଜା କରୁଥିଲେ ପୂଜାସ୍ଥଳରେ ଏକ କାଠ ନିର୍ମିତ ଛୋଟ ବଇଁଶୀଟିଏ ଅବଶ୍ୟ ରଖନ୍ତୁ । ଏଭଳି କରିବା ଦ୍ୱାରା ଭଗବାନ କୃଷ୍ଣଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥାଏ । ମନେ ରଖନ୍ତୁ ବଇଁଶୀ ଯେପରି କୃଷ୍ଣ ମୂର୍ତ୍ତିର ସମ୍ମୁଖରେ ରହିବ ।
୨- ଭଗବାନ ଶ୍ରୀକୃଷ୍ଣ ଗୋଧନକୁ ଖୁବ୍ ଭଲ ପାଉଥିଲେ । ତେଣୁ ପୂଜା ସ୍ଥଳରେ କୃଷ୍ଣ ମୂର୍ତ୍ତିର ଦୁଇ ପାଶ୍ୱର୍ରେ ଦୁଇଯୋଡ଼ା ଗାଇ ଓ ବାଛୁରି ପ୍ରତିମା ରଖନ୍ତୁ । ଏହି ପ୍ରତିମା ମାଟି କିମ୍ବା କାଠରେ ହେବା ଆବଶ୍ୟକ ।
୩- ପୂଜାସ୍ଥଳରେ ମୟୁର ପୁଚ୍ଛ ଲଗାନ୍ତୁ । ଏହା ଆପଣଙ୍କ ଜୀବନରୁ ନକାରାତ୍ମକ ଶକ୍ତି ଦୂର କରିଥାଏ ।
୪- ପ୍ରତିଦିନ ପୂଜାରେ ବିଭିନ୍ନ ପ୍ରକାର ସୁଗନ୍ଧ ଫୁଲସହିତ ଏକ ପଦ୍ମ ଫୁଲ ନିଶ୍ଚୟ ରଖନ୍ତୁ । ପଦ୍ମ ଫୁଲ ବିନା ଶ୍ରୀକୃଷ୍ଣଙ୍କ ପୁଜା ଅଧୁରା ବୋଲି ଧରାଯାଏ ।
୫- ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତ ରଖନ୍ତୁ । କିମ୍ବା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ରାଧାଙ୍କର ଏକ ମୂର୍ତ୍ତ ରଖନ୍ତୁ ।
୬- ପ୍ରତିଦିନ ନିଜ ଘରେ ଲହୁଣୀ ପ୍ରସ୍ତୁତ କରି ତାହାକୁ ଭୋଗ ଲଗାନ୍ତୁ ଏବଂ ଏହା ସହିତ ଦୁଧ ଓ ମିଷ୍ଟାନ୍ନ ଅର୍ପଣ କରନ୍ତୁ ।