ଆକ୍ରମଣ ବେଳେ ବାଲାକୋଟ ଆତଙ୍କୀ ଶିବିରରେ ୩୦୦ ଫୋନ ସକ୍ରିୟ ଥିଲା: ଏନଟିଆରଓ
ଗତ ୨୬ ତାରିଖରେ ବାଲାକୋଟ ସ୍ଥିତ ଜୈଶ-ଏ ମୁହମ୍ମଦ ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ସମୟରେ ୩୦୦ ମୋବାଇଲ ଫୋନ ସକ୍ରିୟ ଥିଲା ବୋଲି ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ) ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ପରେ ୩୦୦ ଆତଙ୍କୀ ମରିଥିବା ଭାରତ ପକ୍ଷରୁ କୁହାଯାଉଛି। ଏହାକୁ କିଛି ବିରୋଧି ଦଳ ନ ମାନି ମିଥ୍ୟା ବୋଲି କହିବାରେ ଲାଗିଛନ୍ତି। ଏନଟିଆରର ଏହି ରିପୋର୍ଟ ସେମାନଙ୍କ ପାଇଁ ଉପଯୁକ୍ତ ଉତ୍ତର ବୋଲି ମନେ କରାଯାଉଛି।
୨୬ ଫେବ୍ରୁଆରି ରାତିରେ ଭାରତୀୟ ଏୟାର ଫୋର୍ସ ୧୨ଟି ମିରାଜ ଜେଟ ବିମାନ ସହାୟତାରେ ପାକିସ୍ତାନ ଏୟାର ସ୍ପେସରେ ପଶି ବାଲାକୋଟରେ ଥିବା ଜୈଶ-ଏ ମୁହମ୍ମଦ ଆତଙ୍କୀ ଶିବିର ଉପରେ ଏକ ହଜାର କିଲୋ ବୋମା ପକାଇଥିଲେ। ଏହି ଆକ୍ରମଣରେ କେତେ ଆତଙ୍କୀ ମୃତ୍ୟୁବରଣ କରିଛନ୍ତି ସରକାରଙ୍କ ପକ୍ଷରୁ କୌଣସି ଦାବି କରାଯାଇନାହିଁ। କିନ୍ତୁ ଆକ୍ରମଣ ପରେ ସମସ୍ତ ୩୦୦ ଆତଙ୍କୀ ବୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।