ସମ୍ବଲପୁର-ଶାଲିମାର ଟ୍ରେନ୍ ତାଳଚେରରେ ରହିବ
ଏବେ ସମ୍ବଲପୁର-ଶାଲିମାର ମଧ୍ୟରେ ଚାଲୁଥିବା ଟ୍ରେନ୍ ତାଳଚେରରେ ରହିବେ। ସପ୍ତାହକୁ ୩ ଦିନ ଏହି ଟ୍ରେନ ଚାଲିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। । ସେହିପରି ଗଣ୍ଡୱାନା ଏକ୍ସପ୍ରେସ ମଧ୍ୟ ସମ୍ବଲପୁର ଯାଏଁ ସମ୍ପ୍ରସାରିତ ହୋଇଛି । ଏହାଛଡ଼ା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଢେଙ୍କାନାଳରେ ରହିବ । ପୁରୀ-ପାରାଦୀପ ଏକ୍ସପ୍ରେସ କଣାସରେ, ହାୱଡ଼ା-ପୁରୀ ମାର୍କୋଣାରେ ରହିବ । ଏହାଛଡ଼ା ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଏଣିକି ଧାନମଣ୍ଡଳରେ ଷ୍ଟପେଜ କରିବ ।
ସେହିପରି ହାୱାଡ଼ା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଏବେ ବାଲେଶ୍ୱରରେ ରହିବ । ହଳଦିଆ-ମାଡ୍ରାସ ସୁପରଫାଷ୍ଟ ବାଲେଶ୍ୱର ଷ୍ଟେସନରେ ରହିବ । ହାୱଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରେ ରହିବ । ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ରହିବ । ସେହିପରି କେନ୍ଦୁଝର-ଭୁବନେଶ୍ୱର ଧାନମଣ୍ଡଳରେ ଏବଂ ବଡ଼ବିଲ-ପୁରୀ କଣାସରେ ରହିବ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି ।
ତାଳଚେର ଦେଇ ସପ୍ତାହକୁ ତିନି ଦିନ ସମ୍ବଲପୁରରୁ ଶାଲିମାର
ଢେଙ୍କାନାଳ ରେଳବାଇ ଷ୍ଟେସନ୍ରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ର (୨୦୮୧୭/୧୮) ରହଣି
ବାଲେଶ୍ୱର ରେଳବାଇ ଷ୍ଟେସନ୍ରେ ହାଓଡ଼ା-ସତ୍ୟସାଇ ନିଳୟ ପ୍ରଶାନ୍ତି ଏକ୍ସ୍ପ୍ରେସ୍ର (୨୨୮୩୧/୩୨) ରହଣି
ବାଲେଶ୍ୱର ରେଳବାଇ ଷ୍ଟେସନ୍ରେ ହଳଦିଆ-ମାଡ୍ରାସ୍ ସୁପରଫାଷ୍ଟ୍ ଏକ୍ସପ୍ରେସ୍ର (୨୨୬୧୩/୧୪) ରହଣି
ଭଦ୍ରକ ରେଳବାଇ ଷ୍ଟେସନ୍ରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍ର (୧୨୬୬୫/୬୬) ରହଣି
ଜଳେଶ୍ୱର ରେଳବାଇ ଷ୍ଟେସନ୍ରେ ପୁରୁଲିଆ-ବିଲ୍ଲପୁରମ୍ ଏକ୍ସପ୍ରେସ୍ର (୨୨୬୦୫/୦୬) ରହଣି
କଣାସ ରେଳବାଇ ଷ୍ଟେସନ୍ରେ ପାରାଦୀପ-ପୁରୀ ଏକ୍ସ୍ପ୍ରେସ୍ର (୧୮୪୧୩/୧୪) ରହଣି
ମାର୍କୋଣା ରେଳବାଇ ଷ୍ଟେସନ୍ରେ ହାଓ୍ଵଡ଼ା-ପୁରୀ ଏକ୍ସପ୍ରେସ୍ର (୧୨୮୨୧/୨୨) ରହଣି
ଢେଙ୍କାନାଳ ରେଳବାଇ ଷ୍ଟେସନ୍ରେ ଏନଡିଏଲ୍ଏସ୍-ପୁରୀ ନୀଳାଚଳ ସୁପରଫାଷ୍ଟ୍ ଏକ୍ସ୍ପ୍ରେସ୍ (୧୨୮୭୫/୧୨୮୭୬) ରହଣି
ଢେଙ୍କାନାଳ ରେଳବାଇ ଷ୍ଟେସନ୍ରେ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍ ଟ୍ରେନ୍ର (୫୮୪୨୫/୫୮୪୨୬) ରହଣି
କଣାସ ରେଳବାଇ ଷ୍ଟେସନ୍ ଠାରେ ବଡ଼ବିଲ-ପୁରୀ ପାସେଞ୍ଜର ଟ୍ରେନ୍ର (୧୮୪୧୫/୧୬) ରହଣି
ଝାରସୁଗୁଡ଼ା ରୋଡ୍ ଦେଇ ସମ୍ବଲପୁରକୁ ଗୋଣ୍ଡ୍ଓ୍ଵାନା ଏକ୍ସ୍ପ୍ରେସ୍ ଟ୍ରେନ୍ର ସମ୍ପ୍ରସାରଣ