ଇନ୍ସାସ୍ ବଦଳରେ ଅତ୍ୟାଧୁନିକ ଏକେ-୨୦୩ ରାଇଫଲ
ଦେଶର ସୀମାରେ ମୁତୟନ ଥିବା ସେନା ବାହିନୀର ଇନ୍ଫାନ୍ଟ୍ରି ଟ୍ରୁପ୍ବ୍ୟବହାର କରୁଥିବା ଇନ୍ସାସ୍ ଆସଲ୍ଟ ରାଇଫଲଗୁଡ଼ିକ ସାଂପ୍ରତିକ ପରିସ୍ଥିତିରେ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ଏଗୁଡ଼ିକୁ ପ୍ରତ୍ୟାହାର କରି ଆଣି ତା’ବଦଳରେ ସଂପୂର୍ଣ୍ଣ ଅତ୍ୟାଧୁନିକ ଓ ପରବର୍ତ୍ତୀ ପିଢ଼ିର ଏକେ-୨୦୩ ରାଇଫଲ ଦେବାକୁ କେନ୍ଦ୍ର ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏକେ-୨୦୩ ରାଇଫଲ ହେଉଛି ଏକେ-୪୭ ରାଇଫଲ୍ର ଅତ୍ୟାଧୁନିକ ସଂସ୍କରଣ।
ଏହି ଉଦ୍ଦେଶ୍ୟରେ ଭାରତ ସରକାର ଋଷିଆର ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ କମ୍ପାନି ଠାରୁ ୭୫୦,୦୦୦ଟି ଏକେ- ୨୦୩ ରାଇଫଲ କିଣିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଏହି ସମସ୍ତ ଏକେ-୨୦୩ ରାଇଫଲ ଆସିଗଲେ ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ନୌସେନା ଯବାନମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଇନ୍ସାସ୍ରାଇଫଲଗୁଡ଼ିକ ପ୍ରତ୍ୟାହାର କରିଆଣି ତା’ ବଦଳରେ ଏଇ ଅତ୍ୟାଧୁନିକ ସ୍ୱୟଂ ଚାଳିତ ଏକେ-୨୦୩ ରାଇଫଲ୍ପ୍ରଦାନ କରିବେ। ଏକେ-୨୦୩ ଆସ୍ଲଟ ରାଇଫଲ ପାଇଁ ଓଏଫବି ଏବଂ ରୁଷର ଏକ କମ୍ପାନୀ ମଧ୍ୟରେ ଚୁକ୍ତି ସାକ୍ଷର ହୋଇଛି। ଏହି ରାଇଫଲ ଭାରତ ଏବଂ ରୁଷର କମ୍ପାନୀ ମିଳିତ ଭାବେ ତିଆରି କରିବେ।
ଏଥିସହ ଆତଙ୍କବାଦୀ ଓ ଉଗ୍ରବାଦୀମାନଙ୍କର ମୁକାବିଲା କରୁଥିବା ସୁରକ୍ଷା ବଳଙ୍କୁ ମଧ୍ୟ ସଂପୂର୍ଣ୍ଣ ଅତ୍ୟାଧୁନିକ ୭.୬୯ଏମ୍ଏମ୍ ୫୯ କାଲିବର ରାଇଫଲ ପ୍ରଦାନ ପାଇଁ ଭାରତ ସରକାର ଆମେରିକାର ସିଗ୍ସୋର୍ୟକମ୍ପାନି ସହ ଅନ୍ୟ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ କରିଥିବା ଜାଣିବାକୁ ମିଳିଛି।
୧୦ ବର୍ଷା ପୂର୍ବରୁ ରୁଷ ଭାରତୀୟ ସେନା ପାଇଁ ଏକେ-୪୭ ରାଇଫଲର ନୂଆ ଭର୍ସନ ଜାରି କରିଥିଲା। ସେତେବେଳେ ଉଭୟ ଦେଶ ମଧ୍ୟରେ ଏକେ-୨୦୩ ରାଇଫଲ ବାବଦରେ ଆଲୋଚନା ହୋଇଥିଲା କିନ୍ତୁ କୌଣସି ଚୁକ୍ତି ହୋଇନଥିଲା। ଏବେ ଭାରତ ସରକାର ଏବଂ ରୁଷ ମଧ୍ୟରେ ୨୦୧୮ ମସିହାର ଏକେ-୨୦୩ ମଡେଲ ଚୁକ୍ତି ହୋଇଛି। ଉଭୟ ଦେଶ ଏଥିପାଇଁ ସହମତି ଦେଇଛନ୍ତି। ଏକେ-୨୦୩ ରାଇଫଲ ଏକେ ସିରିଜର ସବୁଠାରୁ ଭୟଙ୍କର ରାଇଫଲ ବୋଲି କୁହାଯାଏ।
ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩

ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ। ଏହି ରାଇଫଲ ହେବ ଆମେଠିର ପରିଚୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଠିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩୮ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହା ଭିତରେ ରହିଛି ଏକେ-୨୦୩ ରାଇଫଲ କାରଖାନା। ରାହୁଲଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି କିଛି ଲୋକ କେବଳ ମେଡ ଇନ ଜୟପୁର, ମେଡ ଇନ ଇନ୍ଦୋର କହୁଛନ୍ତି। କିନ୍ତୁ ଆମେ ମେଡ ଇନ୍ ଆମେଠିକୁ ସଫଳ କରିଛୁ। ଆମେଠିରେ ଏକେ-୨୦୩ ପ୍ରସ୍ତୁତ ହେବ।
ଏକେ-୨୦୩ ରାଇଫଲର ବିଶେଷତ୍ୱ
ଏହାର ସଠିକ ଆକ୍ରମଣ କରିଥାଏ। ଏଥିରେ ଉଭୟ ଅଟୋମେଟିକ ଏବଂ ସେମି ଅଟୋମେଟିକ ସିଷ୍ଟମ ରହିଛି। ଥରେ ଟ୍ରିଗର ଦବେଇ ରଖିଲେ ଗୁଳି ଚାଲୁଥିବ। ଏହା ୩.୨୫ ଫୁଟ ଲମ୍ବ। ଗୁଳି ସହିତ ଏହାର ଓଜନ ପାଖାପାଖି ୪ କିଲୋ। ୧ ମିନିଟରେ ୬୦୦ ଗୁଳି ମରାଯାଇପାରିବ। ଅର୍ଥାତ ଗୋଟିଏ ସେକେଣ୍ଡରେ ୧୦ ଗୁଳି। ଏହାର ରେଞ୍ଜ ୪୦୦ ମିଟର ପର୍ଯ୍ୟନ୍ତ ରହିବ। ନୂଆ ସୈନିକ ମଧ୍ୟ ଏଥିରେ ଲକ୍ଷ୍ୟ ଭେଦ କରିପାରିବ। ଏହାକୁ ମାତ୍ର ୧ ମିନିଟରେ ପୁନର୍ବାର ସଂଗଠିତ କରାଯାଇପାରିବ।