ରିଭ୍ୟୁ ଅଫ୍ ‘ଟୋଟାଲ୍ ଧମାଲ୍’

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ଇନ୍ଦ୍ରକୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’। ଅନେକ ଦିନ ପରେ ଅନିଲ୍ ଓ ମାଧୁରିଙ୍କ ଯୋଡ଼ି ଏହି ଫିଲ୍ମରେ ଦେଖିବାକୁ ମିଳିଛି, ଯାହାକି ସିନେପ୍ରେମୀଙ୍କ ପାଇଁ ପ୍ରକୃତରେ ଟୋଟାଲ୍ ଧମାଲ୍। ଏହି ଯୋଡ଼ିଙ୍କ ସହିତ ଅଜୟ ଦେବଗନ୍, ରିତେଶ୍ ଦେଶ୍ମୁଖ୍, ଅରଶଦ୍ ୱାରସି, ଜାଭେଦ୍ ଜାଫ୍ରି, ଜନି ଲିଭର୍ ଓ ଅଜୟଙ୍କ ମିଶ୍ରାଙ୍କ କମେଡ଼ି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଛି। ଫିଲ୍ମର କାହାଣୀ ୫୦କୋଟି ଟଙ୍କାର ଏକ ବ୍ୟାଗ୍କୁ ଖୋଜି ବାହାର କରିବା ଉପରେ ଆଧାରିତ।

ଏହି ଫିଲ୍ମରେ ସମସ୍ତ କଳାକାର ଏକ ଏକ ଗ୍ରୁପ୍ ଭାବେ ୫୦ କୋଟିର ସେହି ବ୍ୟାଗକୁ ଖୋଜିବାରେ ଲାଗି ପଡ଼ିଛନ୍ତି ଏବଂ ଏହାକୁ ନେଇ ସେମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ହସର ଖୋରାକ୍ ଯୋଗାଉଛି। ଶେଷରେ କାହାକୁ ସେହି ବ୍ୟାଗ୍ ମିଳୁଛି ଏବଂ କେଉଁମାନେ ତାହାକୁ ନେଇ ଜନକପୁର୍ ପ୍ରଥମେ ପହଞ୍ଚୁଛନ୍ତି, ତାହା ଦେଖିବାକୁ ହେଲେ ସିନେପ୍ରେମୀଙ୍କୁ ଫିଲ୍ମ ଦେଖିବାକୁ ପଡ଼ିବ।

କମେଡ଼ି ସହିତ ରୋମାଞ୍ଚ ପୂଣ୍ଣ ଏହି କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। କାହାଣୀ ସହିତ ଏହାର ମ୍ୟୁଜିକ୍ ମଧ୍ୟ ଧମାଲ୍ କରିଛି। ମୋଟ ଉପରେ କହିବାକୁ ଗଲେ, ଫିଲ୍ମର ଟାଇଟେଲ୍ ଭଳି ଏହା ଦର୍ଶକଙ୍କ ମନୋରଞ୍ଜନ କ୍ଷେତ୍ରରେ ଟୋଟାଲ୍ ଧମାଲ୍ କରିଛି। ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ସିନେ ସମୀକ୍ଷକମାନେ ଏହାର ବ୍ୟବସାୟକୁ ନେଇ ଅନେକ ଆକଳନ କରିଛନ୍ତି। ଏହି ଫିଲ୍ମ ୧୦୦କୋଟି ଫିଲ୍ମ କ୍ଲବ୍ରେ ସାମିଲ୍ ହୋଇପାରେ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆଶା କରିଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ


ଟୋଟାଲ୍ ଧମାଲ୍’ର ଭୋଜପୁରୀ ଟ୍ରେଲର୍

ଗଲିବୟ’ର ବକ୍ସ ଅଫିସ୍ ବ୍ୟବସାୟ

Leave a Reply

Your email address will not be published.