ସକାଳେ ଉଠିବା ପରେ କରନ୍ତୁ ନାହିଁ ଏହି କାମ, ହୋଇପାରେ ଅଶୁଭ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏମିତି କିଛି କାମ ରହିଛି, ଯାହା ସକାଳୁ ଉଠିବା ପରେ କରିବା ଶୁଭ ନୁହେଁ । ଏଭଳି କରିବା ଦ୍ୱାରା ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏହା ସହିତ ପରିବାର ଓ କାର୍ଯ୍ୟକ୍ଷେତ୍ରରେ କଳହ ଉତ୍ପନ୍ନ ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କ’ଣ କରିବା ଅନୁଚିତ୍ –
୧- ସକାଳେ ଉଠିବା ପରେ ସଙ୍ଗେ ସଙ୍ଗେ ଆଇନାରେ ମୁହଁ ଦେଖନ୍ତୁ ନାହିଁ ।
୨- ସକାଳୁ ନିଦ ଭାଙ୍ଗିବା ପରେ ଅନେକ ବ୍ୟକ୍ତି ବିଛଣାରେ ବସି ଚାହା ପିଇଥାନ୍ତି କିମ୍ବା କିଛି ବ୍ରେକ୍ଫାଷ୍ଟ ନେଇଥାନ୍ତି । ଏଭଳି କରନ୍ତୁ ନାହିଁ ।
୩- ସକାଳୁ ଉଠିବା ପରେ କାହାକୁ ନ ଦେଖିବା ପୂର୍ବରୁ ନିଜ ମୁହଁ ଧୋଇଦିଅନ୍ତୁ ।
୪- ବିଛଣାରୁ ଉଠିବା ସାଙ୍ଗେ ସାଙ୍ଗେ ରାତିରେ ପିନ୍ଧିଥିବା ନାଇଟ୍ ଡ୍ରେସ୍ ବଦଳାଇ ଦିଅନ୍ତୁ ।
୫- ସକାଳୁ ଉଠିବା ପରେ ଟଙ୍କା ଆଲମାରୀ କିମ୍ବା ପର୍ସରୁ ଟଙ୍କା ବାହାର କରନ୍ତୁ ନାହିଁ ।
୬- ବ୍ରସ୍ କରିବା ସହିତ ମୁହଁ ଧୋଇସାରିବା ପରେ ହିଁ ରୋଷେଇ ଘରକୁ ଯାଆନ୍ତୁ ।