‘ଟୋଟାଲ୍ ଧମାଲ୍’ର ଫାଷ୍ଟ୍ ଡେ’ କଲେକ୍ସନ୍

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ପ୍ରଥମ ଦିନର ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଧମାଲ୍ କରିଛି ବୋଲି ଖବର ଆସିଛି । କମେଡ଼ି ଓ ଆଡ୍ଭେନ୍ଚର୍ରେ ଭରପୂର ଏହି ଫିଲ୍ମରେ ଅନିଲ୍ କପୁର୍, ମାଧୁରୀ ଦିକ୍ଷିତ, ଅଜୟ ଦେବଗନ୍, ରିତେଶ୍ ଦେସ୍‌ମୁଖ, ଅରଶଦ୍ ୱାରସି, ଜାଭେଦ୍ ଜାଫ୍ରି, ଜନି ଲିଭର୍ ଓ ଅଜୟଙ୍କ ମିଶ୍ରାଙ୍କ ଭଳି ଦକ୍ଷ କଳାକାର ଦର୍ଶକଙ୍କୁ ହସର ଖୋରାକ ଯୋଗାଇଛନ୍ତି ।

୫୦କୋଟି ଟଙ୍କାର ଏକ ବ୍ୟାଗକୁ ଖୋଜି ବାହାର କରିବା ଏବଂ ତାହାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ନେଇ କାହାଣୀ ଗତିଶୀଳ । ଅନେକ ଦିନ ପରେ ଅନିଲ୍ ଓ ମାଧୁରୀଙ୍କ ଯୋଡ଼ି ପରଦା ଉପରକୁ ଆସୁଥିବାରୁ ‘ଟୋଟାଲ୍ ଧମାଲ୍’ର ରିଲିଜ୍କୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ତେଣୁ ଏହାର ଫାଷ୍ଟ୍ ଡେ’ କଲେକ୍ସନ୍ ଜବରଦସ୍ତ ଅଛି ବୋଲି ଟ୍ରେଡ୍ ଆନାଲିଷ୍ଟଙ୍କ ଠାରୁ ସୂଚନା ମିଳିଛି । ଫିଲ୍ମଟି ପ୍ରଥମ ଦିନ ୧୬.୫୦କୋଟି ଟଙ୍କାର ବ୍ୟବସାୟ କରିଛି । ପୂର୍ବରୁ ଏହାର ବ୍ୟବସାୟକୁ ଟ୍ରେଡ୍ ଆନାଲିଷ୍ଟ ଆକଳନ କରିଥିଲେ ଯେ ଏହା ପ୍ରଥମ ଦିନ ୧୩ କୋଟିର ବ୍ୟବସାୟ କରିବ । ଭାରତରେ ଏହା ୩୭୦୦ ସ୍କ୍ରିନରେ ପ୍ରଦର୍ଶିତ ହୋଇଥିଲାବେଳେ ୱାର୍ଲୱାଇଡ୍ ୪୪୮୬ ସ୍କ୍ରିନରେ ରିଲିଜ୍ ହୋଇଥିଲା ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

‘କେଶରୀ’ର ଟ୍ରେଲର୍ ଆଉଟ୍

Leave a Reply

Your email address will not be published.