ଉତ୍ତରପ୍ରଦେଶରୁ ୫ ଓଡ଼ିଆ ଆତଙ୍କୀ ଗିରଫ
ଉତ୍ତରପ୍ରଦେଶ ଏଟିଏସ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ୫ଜଣ ଓଡ଼ିଆ ଆତଙ୍କୀଙ୍କ ସମେତ ୧୨ଜଣ ଗରିଫ ହୋଇଛନ୍ତି। ଉତ୍ତରପ୍ରଦେଶର ସହାରନପୁର ଦେଓବନ୍ଦରେ ପାଠ ପଢ଼ିବା ନାମରେ ଆତଙ୍କବାଦୀ କାମରେ ଜଡ଼ିତ ଥାଇ ଗିରଫ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ଦୁଇ ଜଣ କାଶ୍ମୀର ଅଛନ୍ତି। ଏମାନେ ସମସ୍ତେ ଜୈଶ-ଏ-ମୁହମ୍ମଦ ସଂଗଠନ ପାଇଁ କାମ କରୁଥିଲେ ବୋଲି ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ଓ.ପିସ.ସିଂହ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଓଡ଼ିଶା ଛାତ୍ରମାନଙ୍କ ନାମ ପ୍ରକାଶ ପାଇନଥିଲେ ହେଁ ସେମାନେ ଦେଓବନ୍ଦର ଇସଲାମିକ ଷ୍ଟଡ଼ି ସେଣ୍ଟରରେ ପାଠ ପଢ଼ିବା ପାଇଁ ଆସିଥିଲେ। ପାଠ ପଢ଼ିବା ନାମରେ ସେମାନେ ଆତଙ୍କୀ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ବୋଲି ୟୁପି ପୁଲିସ୍ କହିଛି। ଏହି ଛାତ୍ରମାନଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ଜେରା କରାଯିବ। ଗିରଫ ଆତଙ୍କୀ ମଧ୍ୟରେ ଜୈସ-ଏ-ମୁହମ୍ମଦ ଛାତ୍ର ଶାହନୱାଜ କୁଲଗ୍ରାମ ଓ ଆକିବ ଅହମ୍ମଦ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ଜୈସ-ଏ-ମୁହମ୍ମଦ ସଂଗଠନରେ ଯୁବକମାନଙ୍କୁ ସାମିଲ କରିବା ଦାୟିତ୍ୱରେ ଥିଲେ। ଏହି ଦୁଇ ଜଣ ଦେଓବନ୍ଦରେ ବିନା ନାମ ଲେଖାରେ ପଢ଼ୁଛନ୍ତି ବୋଲି ଦେଖାଇ ଆତଙ୍କୀ ସଂଗଠନ ପାଇଁ କାମ କରୁଥିଲେ।