ପିସିଙ୍କ ପ୍ରେଗ୍ନେନ୍ସିକୁ ନେଇ ଜଣାପଡ଼ିଲା ପ୍ରକୃତ ଖବର
ଗତବର୍ଷ ଶେଷ ଭାଗରେ ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି ହଲିଉଡ୍ ସିଙ୍ଗର୍ ନିକ୍ ଜୋନ୍ସଙ୍କ ସହ ହାତକୁ ଦି ହାତ ହୋଇଥିଲେ। ପିସିଙ୍କର ବିବାହ ଚର୍ଚ୍ଚା ସରିନଥିବାବେଳେ ସେ ମା’ ହେବାକୁ ଯାଉଛନ୍ତି ବୋଲି ଆଉ ଏକ ଖବର ଗତ କିଛିଦିନ ହେଲା ଭାଇରାଲ୍ ହେବାରେ ଲାଗିଛି । ଏଭଳି ଖବରରେ ପିସିଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରକ୍ରିୟା ମିଳିନଥିଲେ ମଧ୍ୟ ପିସିଙ୍କ ମା’ ମଧୁ ଏହି ଖବରର ସତ୍ୟତା ସମ୍ପର୍କରେ ମିଡିଆକୁ କହିଛନ୍ତି ।
ପିସିଙ୍କ ମା’ କହିଛନ୍ତି ଯେ ‘ଏହି ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ ଏକ ଗୁଜବ । ପିସିଙ୍କର ବେବିବମ୍ପ ଥିବାଭଳି ଯେଉଁକେତୋଟି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି, ତାହା କେବଳ କ୍ୟାମେରା ଏଙ୍ଗଲ୍ଜନିତ ତ୍ରୁଟି । କ୍ୟାମେରା ଏଙ୍ଗଲ୍ ଠିକ୍ ନଥିବାରୁ ଏହା ବେବିବମ୍ପର ଭ୍ରମ ସୃଷ୍ଟି କରୁଛି । ଏହା ହିଁ ସତ । କାରଣ ଏ ସମ୍ପର୍କରେ ମୁଁ ପିସିଙ୍କ ସହିତ କଥା ହୋଇଛି । ପିସିଙ୍କ ପାଖରେ ସେଭଳି କିଛି ଗୁଡ୍ନ୍ୟୁଜ୍ ନାହିଁ’ । ସୂଚନାଯୋଗ୍ୟ ପିସି ନିଜର ଅପ୍କମିଙ୍ଗ୍ ଫିଲ୍ମ ‘ଇଜ୍ ନଟ୍ ଇଜ୍ ରୋମାଣ୍ଟିକ୍’ର ପ୍ରମୋସନ୍ ଇଭେଣ୍ଟ୍ରେ ଯୋଗ ଦେବା ସମୟରେ ଏକ ଢିଲା ଡ୍ରେସ୍ ପିନ୍ଧିଥିଲେ । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ଭାବି ନେଇଥିଲେ ଯେ ପିସି ମା’ ହେବାକୁ ଯାଉଛନ୍ତି ଏବଂ ଏହି ଭାବନାକୁ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିଲା । ‘ଇଜ୍ ନଟ୍ ଇଜ୍ ରୋମାଣ୍ଟିକ୍’ ଗତ ଭାଲେଣ୍ଟାଇନ୍ ଡେ’ରେ ମୁକ୍ତିଲାଭ କରିଛି ।