ଖୁବଶୀଘ୍ର ଆସିବ ରେସ୍-୩ ଯୋଡ଼ି

ରେସ୍-୩ର ଯୋଡ଼ି ସଲ୍ଲୁ ଭାଇଜାନ୍ ଓ ବବି ଦେଓଲ୍ ପୁଣିଥରେ ଖୁବ୍ ଶୀଘ୍ର ରୁପେଲି ପରଦାକୁ ଫେରିବେ ବୋଲି ଖବର ମିଳିଛି । ଆଜିକାଲି ସଲ୍ଲୁ ଭାଇଜାନ୍ ତାଙ୍କର ଅପ୍କମିଙ୍ଗ୍ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ସୁଟିଂ ସରିବା ପରେ ‘ଦବଙ୍ଗ-୩’ର ସୁଟିଂ ଆରମ୍ଭ ହେବା ବୋଲି ସୂଚନା ମିଳିଛି । ଏହି ଫିଲ୍ମର ଫ୍ଲାଶ୍‌ବ୍ୟାକ୍‌ ଦୃଶ୍ୟଭାବେ ସଲ୍ଲୁଙ୍କ ୟଙ୍ଗ୍ଏଜର କିଛି ଝଲକ ଦେଖିବାକୁ ମିଳିବ ।

କାହାଣୀ ଅନୁଯାୟୀ ବବି ସଲ୍ଲୁଙ୍କ ସାଙ୍ଗ ଭୂମିକାରେ ପରଦା ଉପରକୁ ଆସିବେ । ବବିଙ୍କୁ ଏହି ଫିଲ୍ମ ପାଇଁ ସାଇନ୍ କରାଯାଇଛି । ‘ରେସ୍ -୩’ ପରଠାରୁ ସଲ୍ଲୁଙ୍କ ସହିତ କାମ କରିବା ପାଇଁ ବବି ଇଚ୍ଛା ଜାହିର୍ କରିଥିଲେ । ବବିଙ୍କର ସେହି ଉଚ୍ଛାକୁ ଖୁବ୍ଶୀଘ୍ର ସଲ୍ଲୁ ଭାଇଜାନ୍ ‘ଦବଙ୍ଗ-୩’ ମାଧ୍ୟମରେ ପୁରଣ କରିବାକୁ ଯାଉଛନ୍ତି । ରେସ୍-୩ ବକ୍ସ ଅଫିସ୍ରେ ସେଭଳି କିଛି ଆଖିଦୃଶୀୟା ବ୍ୟବସାୟ କରିପାରିନଥିଲେ ମଧ୍ୟ ସଲ୍ଲୁ ଓ ବବିଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।

ସିଦ୍ଧୁଙ୍କୁ ବାହାର ରାସ୍ତା ଦେଖାଇଲେ ସଲ୍ଲୁ ଭାଇଜାନ୍ 

ଟ୍ରୋଲ୍ ହେଉଛନ୍ତି ମଲାଇକା 

Leave a Reply

Your email address will not be published. Required fields are marked *