ଶ୍ଲୋକା ଓ ଆକାଶଙ୍କ ପ୍ରିୱେଡିଙ୍ଗ୍ ସେଲିବ୍ରେସନ୍

ଭାରତର ସୁବଠାରୁ ବିତ୍ତଶାଳୀ ଅମ୍ବାନୀ ପରିବାରରେ ଏବେ କେବଳ ଖୁସିର ମାହୋଲ୍ ଲାଗିରହିଛି । ମୁକେଶ ଅମ୍ବାନୀଙ୍କ ଅଲିଅଳୀ ଝିଅ ଈଶାଙ୍କ ରାଜକୀୟ ବିବାହ ଉତ୍ସବ ନିକଟ ଅତୀତରେ ସରିଥିବାବେଳେ ଏବେ ଈଶାଙ୍କ ଭାଇ ଆକାଶଙ୍କ ବିବାହର ପୂର୍ବ ପ୍ରସ୍ତୁତି ଖୁବ୍ ଜୋରଦାର ଚାଲିଛି । ଆକାଶ ତାଙ୍କର ବହୁଦିନର ବାନ୍ଧବୀ ଶ୍ଲୋକାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ଆକାଶଙ୍କର ବ୍ୟାଚ୍ଲର ପାର୍ଟି ସୁଇଜରଲ୍ୟାାଣ୍ଡରେ ହେବ ବୋଲି ଖବର ମିଳିଥିଲାବେଳେ ପ୍ରିୱେଡିଙ୍ଗ୍ ସେଲିବ୍ରେସନ୍ର ଆଉ ଏକ ଝଲକ୍ ଏବେ ଦେଖିବାକୁ ମିଳିଛି ।

ପ୍ରିୱେଡିଙ୍ଗ୍ ସେଲିବ୍ରେସନ୍ ଭାବେ ଅମ୍ବାନୀ ରେସିଡେନ୍ସରେ ଏକ ମ୍ୟୁଜିକାଲ୍ ନାଇଟ୍ର ଆୟୋଜନ କରାଯାଇଥିଲା । ଏହି ଉତ୍ସବକୁ ସ୍ୱରରେ ସଜାଇଥିଲେ ଲୋକପ୍ରିୟ ସିଙ୍ଗର୍ ଫାଲ୍ଗୁନି ପାଠକ୍ ଓ ତୁଷାର ତ୍ରିବେଦୀ । ଫାଲ୍ଗୁନିଙ୍କ ସଙ୍ଗୀତରେ ଅମ୍ବାନୀ ପରିବାର ଡ୍ୟାନ୍ସ କରିବାର ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଆକାଶଙ୍କ ଜେଜେ ମା’ କୋକିଲାବେନ୍ ଓ ଆଣ୍ଟି ଟିନା ଅମ୍ବାନୀ ମଧ୍ୟ ସାମିଲ୍ ହୋଇଥିଲେ । ଏହି ଉତ୍ସବର ଅନେକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ଆସନ୍ତା ମାର୍ଚ୍ଚ ୯ ତାରିଖରେ ଜିଓ ସେଣ୍ଟର୍ରେ ଆକାଶ ଓ ଶ୍ଲୋକା ବିବାହ କରିବେ ।

ଆକାଶ ଅମ୍ବାନୀଙ୍କ ବିବାହ ତାରିଖ କେବେ, ଜାଣନ୍ତୁ

ଆକାଶ ଅମ୍ବାନୀଙ୍କ ବ୍ୟାଚ୍‌ଲର ପାର୍ଟିରେ ବଲିଉଡ୍ ତାରକା

Leave a Reply

Your email address will not be published. Required fields are marked *