‘ଗଲିବୟ’ର ବକ୍ସ ଅଫିସ୍ ବ୍ୟବସାୟ
ଗତ ଭାଲେଣ୍ଟାଇନ୍ ଡେ’ ରେ ସିନେମାଘରକୁ ଆସିଥିଲା ରଣବୀର୍ ଓ ଆଲିଆଙ୍କ ଅଭିନୀତ ‘ଗଲିବୟ’ । ଓପନିଙ୍ଗ୍ ଡେ’ରେ ଭାଲେଣ୍ଟାଇନ୍ ଡେ’ର ଭରପୁର ଫାଇଦା ମିଳିଥିଲା ଏହି ଫିଲ୍ମକୁ । ପ୍ରଥମ ଦିନ ଏହାର ବକ୍ସ ଅଫିସ୍ ବ୍ୟବସାୟ ଥିଲା ୧୯ କୋଟି ୪୦ ଲକ୍ଷ ଟଙ୍କା ।
ଦ୍ୱିତୀୟ ଦିନ ୧୩ କୋଟି ୧୦ ଲକ୍ଷ, ତୃତୀୟ ଦିନ ୧୮ କୋଟି ୬୫ ଲକ୍ଷ ଓ ଚତୁର୍ଥ ଦିନ ୨୧ କୋଟି ୩୦ ଲକ୍ଷ ଟଙ୍କାର ବକ୍ସ ଅଫିସ୍ କଲେକସନ୍ ହୋଇଥିଲା । ଏହି ଫିଲ୍ମ ସୋମବାର ଦିନ ୮କୋଟି ୬୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ତେବେ ଆଜିପର୍ଯ୍ୟନ୍ତ ‘ଗଲିବୟ’ର ମୋଟ ବ୍ୟବସାୟ ହେଉଛି ୮୧ କୋଟି ୧୦ ଲକ୍ଷ ଟଙ୍କା ।
ଦିନକୁ ଦିନ ଏହାର ବ୍ୟବସାୟ ବୃଦ୍ଧି ହେଉଥିବାରୁ ଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି ଯେ ଏହା ଆଗାମୀ ଦିନରେ ୧୦୦କୋଟି କ୍ଲବ୍ରେ ସାମିଲ୍ ହୋଇପାରିବ । କିନ୍ତୁ ଆଗାମୀ ଫ୍ରାଇଡେ’ ରିଲିଜ୍ରେ ‘ଟୋଟାଲ୍ ଧମାଲ୍’ ‘ଗଲିବୟ’ ପାଇଁ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ‘ଗଲିବୟ’ର ୱିକେଣ୍ଡର ମୋଟ ବ୍ୟବସାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଗାମୀ ଦିନରେ ବକ୍ସ ଅଫିସରେ ‘ଗଲିବୟ’ ସହିତ ‘ଟୋଟାଲ୍ ଧମାଲ୍’ର ଟକ୍କର୍ ଦେଖିବାକୁ ମିଳିବ ।