ବିନା ପ୍ରମାଣରେ ଭାରତ ଦୋଷାରୋପ କରୁଛି : ଇମ୍ରାନ ଖାନ
ଭାରତୀୟ ସେନା ଉପରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁଁହ ଖୋଲିଛନ୍ତି। ଖାଲି ମୁଁହ ଖୋଲି ନାହାନ୍ତି ଭାରତ ବିରୋଧରେ କଡ଼ା ପ୍ରତିକ୍ରିୟା ଦେବା ସହ ବିଷ ଓଗାଳିଛନ୍ତି । ବିନା କୌଣସି ପ୍ରମାଣରେ ଭାରତ ଦୋଷାରୋପ କରୁଥିବା ଇମ୍ରାନ ଖାନ କହିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ, କିଛି ଆତଙ୍କୀ କାର୍ଯ୍ୟକଳାପ ହେଲେ ଭାରତ ଆମକୁ ଦୋଷ ଦେଉଛି। ବିନା କୌଣସ ତଥ୍ୟ ପ୍ରମାଣରେ ଭାରତ ଆମ ମୁଣ୍ଡରେ ଦୋଷ ଲଦୁଛି। ଏ ପ୍ରସଙ୍ଗରେ ଯେକୌଣସି ତଦନ୍ତର ସାମ୍ନା କରିବାକୁ ଆମେ ପ୍ରସ୍ତୁତ। ଯଦି ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ଅଛି ବୋଲି ଭାରତ ପ୍ରମାଣ କରେ ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯିଏ ବି ଏଥିରେ ସମ୍ପୃକ୍ତ ଥିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇମ୍ରାନ ଖାନ କହିଛନ୍ତି।
ଆମେ ବି ପ୍ରତିଆକ୍ରମଣ କରିବୁ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି, ଆମ ଉପରେ ଆକ୍ରମଣ ହେଲେ ଆମେ ଚୁପ ବସିବୁ ନାହିଁ। ଆମେ ବି ପ୍ରତିଆକ୍ରମଣ କରିବୁ। ସେ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବା ସହଜ, ଶେଷ ହେବା ସହଜ ନୁହେଁ। କାଶ୍ମୀର ଯୁବକମାନେ କାହିଁକି ଉଗ୍ର ହେଉଛନ୍ତି ତାହାର କାରଣ ଖୋଜାଯାଉ। ମିଲିଟାରୀ ଲଗାଇ ସେମାନଙ୍କ ସ୍ୱର ଚାପିବାକୁ ଚେଷ୍ଟା କରାଯାଉଛି ବୋଲି କହିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉ ବୋଲି ଇମ୍ରାନ ଖାନ କହିଛନ୍ତି।
ସେ ସଫେଇ ଦେଇ କହିଛନ୍ତି କି, ପାକିସ୍ତାନକୁ ଏଥିରୁ କିଛି ଲାଭ ମିଳିବ ନାହିଁ । ବିନା ପ୍ରମାଣରେ ପାକିସ୍ଥାନ ଉପରେ ଦୋଷାରୋପ କରାଯାଉଛି। ପାକିସ୍ତାନ ଯାଂଚ ପାଇଁ ପ୍ରସ୍ତୁତ ଅଛି ବୋଲି ଇମ୍ରାନ କହିଛନ୍ତି ।