ତ୍ୱଚା କଳା ପଡ଼ିଯାଉଛି କି? ଆପଣାନ୍ତୁ ଏହି ବିୟୁଟି ମାସ୍କ
ଝିଅ ହୁଅନ୍ତୁ କିମ୍ବା ପୁଅ ଅନେକଜଣକ କ୍ଷେତ୍ରରେ ତ୍ୱଚା ଆପେ ଆପେ କଳା ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ବିଶେଷ କରି ୱାର୍କିଙ୍ଗ୍ ୱିମେନ୍ କିମ୍ବା ଅଧିକ ଟ୍ରାଭେଲ୍ କରିବାକୁ ପଡ଼ୁଥିବା ବ୍ୟକ୍ତିଙ୍କ ତ୍ୱଚା କଳା ପଡ଼ିବାର ଆଶଙ୍କା ଅଧିକ ହୋଇଥାଏ । ଖରା ଦିନେ ସନ୍ବର୍ଣ୍ଣରୁ ମଧ୍ୟ ତ୍ୱଚା କଳା ଦେଖାଯାଏ । ବିଭିନ୍ନ ଆଲର୍ଜି କାରଣରୁ ତ୍ୱଚା କଳା ଦେଖାଯାଏ । ତେବେ କାରଣ ଯାହା କିଛି ହେଉ ନା କାହିଁକି, କେବଳ ଗୋଟିଏ ମାତ୍ର ସହଜ ଉପାୟ ଆପଣାଇଲେ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିପାରିବ । ବିୟୁଟିସିଆନ୍ମାନେ ମଧ୍ୟ ଏହାକୁ ସବୁଠାରୁ ଭଲ ବିୟୁଟି ମାକ୍ସ୍ ଭାବେ ଆପଣାଇଛନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଏହି ବିୟୁଟି ମାକ୍ସ –
ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ । ବାଉଲ୍ରେ ଗୋଟିଏ ବଡ଼ ଲେମ୍ବୁର ରସ ନିଅନ୍ତୁ । ସେଥିରେ ୨ ଚାମଚ ଆଇସିଙ୍ଗ୍ ସୁଗାର୍, ୧ ଚାମଚ ଆଲୋବେରା ଜେଲ୍ ଓ ଅଧା ଚାମଚ ବେକିଂ ସୋଡ଼ା ନେଇ ଭଲ ଭାବେ ଫେଣ୍ଟନ୍ତୁ । ଏହି ପେଷ୍ଟ୍କୁ ଚେହେରା ଓ ଶରୀରର କଳା ପଡ଼ିଥିବା ସ୍ଥାନରେ ଗାଢ଼ା ଭାବେ ଲଗାନ୍ତୁ । ଏହାକୁ ୪୫ ମିନିଟ୍ ରଖିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାପରେ ଆପଣ ଯେ କୌଣସି ସନ୍ସ୍କ୍ରୀନ୍ କିମ୍ବା ମଇଶ୍ଚରାଇଜର୍ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଧୀରେ ଧୀରେ ତ୍ୱଚାର କଳାପଣ ଦୂରେଇ ଯାଇଥାଏ ।