ବରୁଣଙ୍କ ବାରାତ୍

ବଲିଉଡ୍ ତାରକାଙ୍କ ବିବାହ ଖବର ଶୁଣିବାକୁ ସବୁବେଳେ ପ୍ରଶଂସକମାନେ ଅନେଇ ବସିଥାନ୍ତି । ଏହି ଧାରାରେ ଏବେ ସିନେ ମହଲରେ ଆଉଜଣେ ତାରକାଙ୍କ ବିବାହ ଚର୍ଚ୍ଚା ଜୋର୍ ଧରିଛି । ସେ ହେଉଛନ୍ତି ବରୁଣ ଧୱନ୍ । ଖୁବ୍ ଶୀଘ୍ର ବରୁଣ୍ ତାଙ୍କ ଗାର୍ଲଫ୍ରେଣ୍ଡ୍ ନତାଶା ଦଲାଲଙ୍କ ସହ ହାତକୁ ଦି ହାତ ହେବେ । କରଣ ଜୋହରଙ୍କ ଶୋ’ କଫି ୱିଥ୍ କରଣ’ରେ ବରୁଣ ଏ ଖବରରେ ମୋହର ମାରିଥିଲେ । ନତାଶା ତାଙ୍କ ୱେଡିଙ୍ଗ୍ ସପିଙ୍ଗ୍ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ବରୁଣ ଓ ନତାଶାଙ୍କ ବିବାହ ତାରିଖ ଜଣାପଡ଼ିନଥିଲେ ମଧ୍ୟ ଚଳିତବର୍ଷ ମଧ୍ୟଭାଗରେ ଏହି ଲଭବାର୍ଡ଼ ବିବାହ କରିବେ ବୋଲି ସୂଚନା ମିଳିଛି । ବରୁଣ କିଛିଦିନ ପୂର୍ବରୁ ଅଭିଷେକ କପୁର୍ଙ୍କ ଫିଲ୍ମ ‘କଳଙ୍କ’ର ସୁଟିଂ ସାରିଦେଇଛନ୍ତି ଏବଂ ଏବେ ସେ ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର୍ ୩ଡି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

 ‘ମୋ ମୃତ୍ୟୁର ଦଣ୍ଡ ତା’କୁ ନିଶ୍ଚୟ ଦେବ’- ଏତିକି ଲେଖିବା ପରେ ଫାଶୀ  

ବିଗ୍ ବିଙ୍କୁ ୩ମାସ ଅପେକ୍ଷା କରାଇଥିଲେ ଦଲେର୍ ମେହେନ୍ଦି 

Leave a Reply

Your email address will not be published.