୨୦୧୯ ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ
ଆଗାମୀ ଲୋକସଭା ନିର୍ବାଚନ ସୁପରଷ୍ଟାର ରଜନୀକାନ୍ତ ଲଢ଼ିବେ ନାହିଁ। ରବିବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସେ ଏହି କଥା ଘୋଷଣା କରିଛନ୍ତି। ତେଣୁ କୌଣସି ଦଳ ତାଙ୍କ ଫଟୋ କିମ୍ବା ତାଙ୍କ ଦଳର ପତାକାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋ ଦଳ କୌଣସି ଦଳକୁ ସମର୍ଥନ କରୁ ନାହିଁ। ତେଣୁ କୌଣସି ଦଳ ମୋ ଫଟୋ, ଦଳର ପତାକା କିମ୍ବା ରଜନୀ ଫ୍ୟାନ୍ କ୍ଲବ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରନ୍ତୁ ନାହିଁ ବୋଲି ରଜନୀକାନ୍ତ କହିଛନ୍ତି।
ନିଜ ଫ୍ୟାନ୍ କ୍ଲବ ରଜନୀ ମକ୍କଲ ମନ୍ଦରମ(ଆରଏମଏମ)ରେ ସେ କହିଛନ୍ତି ଯେ କାହା ଦ୍ୱାରା ଭୋଟ୍ ମାଗିବା ପାଇଁ ତାଙ୍କ ନାଁ କିମ୍ବା ଫଟୋକୁ ବ୍ୟବହାର କରାନଯାଉ। ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ସେ ଲଢିବେ ନାହିଁ କିମ୍ବା ନିର୍ବାଚନ ପାଇଁ କୌଣସି ବି ପାର୍ଟିର ସମର୍ଥନ କରିବାନାହିଁ। ଏଥିପାଇଁ କେହି ବି ତାଙ୍କ ଫଟୋ କିମ୍ବା ଆରଏମଏମର ଚିହ୍ନକୁ କୌଣସି ବି ପାର୍ଟିର ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ ।
୬୮ ବର୍ଷୀୟ ଅଭିନେତା ରଜନୀକାନ୍ତ ନିଜ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ଯେ ଆଗାମୀ ନିର୍ବାଚନରେ ତାମିଲନାଡୁର ମୁଖ୍ୟ ମମସ୍ୟା ତଥା ଜଳ ସମସ୍ୟାକୁ ଯିଏ ଦୂର କରିପାରିବ ବା ସ୍ଥାୟୀ ରୂପେ ଏହି ସମସ୍ୟାର ସମାଧାନ କରିପାରିବ ତାକୁ ହିଁ ସମର୍ଥନ ଦିଆଯିବା ଉଚିତ୍ । ସେହି ଦଳକୁ ସମର୍ଥନ ମିଳିବା ଉଚିତ୍ ବୋଲି ସେ ନିଜ ଫ୍ଯାନ୍ସଙ୍କୁ କହିଛନ୍ତି । ତେବେ କହି ରଖୁଛୁ କିଛି ଦିନ ତଳେ ରଜନୀକାନ୍ତ ଆଧ୍ୟାତ୍ମିକ ରାଜନୀତି କଥା କହିବା ପରେ ସେ ତାମିଲନାଡୁରେ ଲୋକସଭା ନିର୍ବାଚନରେ ବିଜେପିକୁ ସମର୍ଥନ କରିବାର ଅନୁମାନ ଲଗାଯାଉଥିଲା ।
୨୦୧୭ ମସିହା ରଜନୀକାନ୍ତଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା। ଆଗାମୀ ଲୋକସଭା ନିର୍ବାଚନ ରଜନୀକାନ୍ତ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ସେ ଏହି ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ରଜନୀକାନ୍ତ ଲଢ଼ିବେ ନାହିଁ।