‘ମୋ ମୃତ୍ୟୁର ଦଣ୍ଡ ତା’କୁ ନିଶ୍ଚୟ ଦେବ’- ଏତିକି ଲେଖିବା ପରେ ଫାଶୀ ଲଗାଇଲେ ଅଭିନେତ୍ରୀ

‘ମୋ ମୃତ୍ୟୁର ଦଣ୍ଡ ତା’କୁ ନିଶ୍ଚୟ ଦେବ’ । ସୁଇସାଇଡ୍ ନୋଟରେ କେବଳ ଏତିକି ଲେଖିବା ପରେ ତାମିଲ୍ ଅଭିନେତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଖବର ଏବେ ସିନେ ଚର୍ଚ୍ଚାରେ ଅଛି । ସୂଚନା ଅନୁଯାୟୀ ଗତ ୧୩ ତାରିଖରେ ପେରାବଲ୍ଲୁରସ୍ଥିତ ଜିକେଏମ୍ କଲୋନୀରେ ଥିବା ନିଜ ଘରେ ତାମିଲ୍ ଅଭିନେତ୍ରୀ ୟାସିକାଙ୍କ ମୃତଦେହ ମିଳିଥିଲା ।

ଆତ୍ମହତ୍ୟା କରିବା ପୂର୍ବରୁ ୟାସିକା ନିଜ ମା’ଙ୍କୁ ଏକ ହ୍ୱାଟ୍ସଅପ୍ ମେସେଜ୍ କରିଥିଲେ ଯେ – ‘ମୋ ମୃତ୍ୟୁର ଦଣ୍ଡ ତା’କୁ ନିଶ୍ଚୟ ଦେବ’ । ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ ୟାସିକା ଓ ତାଙ୍କ ବୟଫ୍ରେଣ୍ଡ୍ ମୋହନ୍ ବାବୁ ଗତ ୪ ମାସ ହେଲା ଲିଭ୍ଇନରେ ରହୁଥିଲେ । କିନ୍ତୁ ଏହି ଘଟଣାର ପ୍ରାୟ ୩-୪ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ମୋହନ୍ ଘର ଛାଡ଼ି ଚାଲିଯାଇଥିଲେ ।

ୟାସିକା ଡିପ୍ରେସନରେ ଫାଶୀ ଲଗାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କେ୫ ପେରାବଲ୍ଲୁର ପୁଲିସ୍ ଷ୍ଟେସନ ଅଧିକାରୀ କହିଛନ୍ତି ଯେ ଘଟଣାର କେସ୍ ଫାଇଲ୍ କରାଯାଇଛି ଏବଂ ପୁଲିସ୍ ମୋହନଙ୍କ ସନ୍ଧାନ କରୁଛି । ମୋହନଙ୍କୁ ଗିରଫ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ । ସୂଚନାଯୋଗ୍ୟ ଫିଲ୍ମ ‘ମନ୍ନାର୍ ୱାଗିୟାରା’ରେ ୟାସିକାଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଏହା ବ୍ୟତୀତ ସେ ଅନେକ ଧାରାବାହିକରେ ନିଜ ଦକ୍ଷ ଅଭିନୟ ପ୍ରମାଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *