କପିଲ ଶର୍ମା ଶୋରୁ ତଡ଼ା ଖାଇଲେ ସିଦ୍ଧୁ
ପୁଲୱାମା ଆକ୍ରମଣ ଉପରେ ବୟାନ ଦେଇ ହଟହଟା ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କୁ କମେଡି ଶୋ ଦ କପିଲ ଶର୍ମାଙ୍କ ଶୋରୁ ବାହାର କରି ଦିଆଯାଇଛି। ଚ୍ୟାନେଲ ଏହି ବିଷୟରେ ପ୍ରଡକ୍ସନ ହାଉସ ସହ କଥା ହୋଇଛି । ଚ୍ୟାନେଲ ଚାହୁଁଛି କି, ସିଦ୍ଧୁ ତତ୍କାଳ ଶୋରୁ ବାହାରି ଯାନ୍ତୁ।
ଶୋରେ ନବଜୋତ ସିଂହ ସିଦ୍ଧୁଙ୍କ ସ୍ଥାନରେ ଅର୍ଚ୍ଚନା ପୂରନ ସିଂହ ରିପ୍ଲେସ କରି ପାରନ୍ତି। ଏହି ବିଷୟରେ ଅର୍ଚ୍ଚନା କହିଛନ୍ତି କି, ମୁଁ କପିଲ ଶର୍ମାଙ୍କ ଶୋରେ ସ୍ପେଶାଲ ଅପିୟରାନ୍ସ ଭାବରେ ୨ ଏପିଶୋଡ ଶୁଟ୍ କରିଛି। ଅର୍ଚ୍ଚନା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି, ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ସ୍ଥାନରେ ଆସିବା ପାଇଁ ଚ୍ୟାନେଲ ତରଫରୁ କୌଣସୀ ସୂଚନା ମିଳି ନାହିଁ। ଏକ ସୂତ୍ର ମୁତାବକ, ଚ୍ୟାନେଲ ପ୍ରଡକ୍ସନ ହାଉସକୁ ସିଦ୍ଧୁଙ୍କୁ ତଡିବା ପାଇଁ କହିଛି। ଏହା ଅସ୍ଥାୟୀ ନୁହେଁ।
କେବଳ ସେତିକି ନୁହେଁ ମି ଠୁ ମୁଭମେଂଟ ସମୟରେ ଯେତେବେଳେ କମ୍ପୋଜର ଅନୁ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ଆସିଥିଲା ସେହି ସମୟରେ ଚ୍ୟାନେଲ ସଫା ସଫା ଷ୍ଟଣ୍ଡ ନେଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଅର୍ଚ୍ଚନାଙ୍କର ଶୁଟ୍ ହୋଇ ନଥିଲା କିନ୍ତୁ ଏବେ ଚ୍ୟାନେଲ ଅର୍ଚ୍ଚନାଙ୍କୁ ନେବା ପାଇଁ ପ୍ରସ୍ତୁତ ଅଛି। କିଛି ବାର୍ତାଳାପ କରିବା ବାକି ରହିଛି ଏହା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।
ସୂଚନାଯୋଗ୍ୟ, ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ସିଦ୍ଧୁ ନିନ୍ଦା କରିଥିଲେ ମଧ୍ୟ ପାକିସ୍ତାନ ପ୍ରତି ନରମ ଭାବ ଦେଖାଇଥିଲେ। ସେ କହିଥିଲେ କି, କିଛି ଲୋକଙ୍କ ଭୁଲ କାରଣରୁ ସମ୍ପୂର୍ଣ୍ଣ ଦେଶକୁ ଭୁଲ କହିବା ଠିକ୍ ନୁହେଁ। ସେ ଏହା ମଧ୍ୟ କହିଥିଲେ କି, ପରସ୍ପର ସହ ବୁଝାମଣା କରି ସବୁ କିଛି ଠିକ ହୋଇଯିବ। ଆତଙ୍କବାଦର କୌଣସୀ ଜାତି ନାହିଁ। ତାଙ୍କର କୌଣସୀ ଦେଶ ନାହିଁ। ତାଙ୍କର ଏହି କଥା ଫ୍ୟାନ୍ସମାନଙ୍କୁ ପସନ୍ଦ ହୋଇ ନଥିଲା। ଯାହା ଫଳରେ ସିଦ୍ଧୁଙ୍କୁ ଏହା ମହଙ୍ଗା ପଡିଲା।
ସିଦ୍ଧୁଙ୍କୁ ପାଉଁଜି ପଠାଇଲେ ବିଜେପି ନେତା
ଆତଙ୍କବାଦୀ ଆକ୍ରମଣ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏପରିକି ତାଙ୍କ ଘରକୁ ଲୋକମାନେ ଫୋନ କରି ଗାଳି ଦେଉଥିବା ଖବର ହସ୍ତଗତ ହୋଇଛି । ଏବେ ଜଣେ ବିଜେପି ସାଂସଦ ନେତା ତେଜିନ୍ଦର ପାଲ ସିଂ ବଗା ସିଦ୍ଧୁଙ୍କ ପାଖକୁ ହଳେ ପାଉଁଜି ପଠାଇଛନ୍ତି । ପାଉଁଜି ପଠାଇ ସେ ଲେଖିଛନ୍ତି ଯେ ‘ଆପଣଙ୍କ ପାଇଁ ପାଉଁଜି ପଠାଇଛି । ଏହାକୁ ପିନ୍ଧିକରି ନିଜର ଘନିଷ୍ଠ ବନ୍ଧୁ ଇମ୍ରାନ ଖାଁଙ୍କ ସହ ତାଳଦେଇ ନାଚ’ ।