ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ପାକ୍‌କୁ ସମର୍ଥନ କରି ଟ୍ବିଟ୍‌ କଲେ ଏଏମ୍‌ୟୁ ଛାତ୍ର

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କୀ ଆକ୍ରମଣକୁ ନେଇ ଟ୍ବିଟରରେ ଅନେକ ଆଲୋଚନା ହୋଇଛି । ଦେଶ ସପକ୍ଷରେ ଏକାଠି ଠିଆ ହେବା ପାଇଁ ଅନେକ ନିବେଦନ କରୁଥିବାବେଳେ କେହି କେହି ଜୈଶ ଇ ମହମ୍ମଦକୁ ସମର୍ଥନ କରି ଟ୍ବିଟ୍‌ କରିଛନ୍ତି। ଆଉ କେହି ଏହି ଆକ୍ରମଣକୁ ନେଇ ଖୁସି ବ୍ୟକ୍ତ ବି କରିଛନ୍ତି।

ସବୁଠାରୁ ଚର୍ଚିତ ହୋଇଛଇ ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ଵବିଦ୍ୟାଳୟର ଛାତ୍ର ବାସିମ୍‌ ହିଲାଲ୍‌ଙ୍କ ଟ୍ବିଟ୍‌। ସେ ପ୍ରଥମକରି ଟ୍ବିଟରରେ ନିଜର ଖୁସି ଜାହିର କରିଥିଲେ। କଶ୍ମୀର ଉପରେ ଆକ୍ରମଣକୁ ପ୍ରଶଂସା କରିଥିଲେ। କିଛି କ୍ଷଣ ପରେ ଟ୍ବିଟର ପକ୍ଷରୁ ତାଙ୍କ ଟ୍ବିଟ୍‌କୁ ହଟାଇ ଦିଆଯାଇଛି।

ଆଉ କେହି ଏହି ଆକ୍ରମଣକୁ ଦ୍ଵିତୀୟ ସର୍ଜିକାଲ୍‌ ଷ୍ଟାଇକ୍‌ ବୋଲି କହିଛନ୍ତି। ‘କେମିତି ଅଛ ଜୈଶ’ ବୋଲି ବି ପ୍ରଶ୍ନ କରିଛନ୍ତି। କେହି କେହି ଭାଲେଣ୍ଟାଇନ୍‌ ଡେ’ରେ ଏହା ଜୈଶ୍‌ରେ ଉପହାର ବୋଲି ବି କହିଛନ୍ତି।

-ଇଣ୍ଡିଆଟୁଡେ’

Leave a Reply

Your email address will not be published.