ସିଝା ପରିବା ଖାଆନ୍ତୁ, ସୁସ୍ଥ ରହନ୍ତୁ

ସ୍ୱାଦିଷ୍ଟ ଖାଦ୍ୟ ସମସ୍ତଙ୍କୁ ପସନ୍ଦ । କିନ୍ତୁ ସିଝା ଖାଦ୍ୟ କହିଲେ ସମେସ୍ତ ଟିକେ ନାକ ଟେକିଥାନ୍ତି । ସିଝାଖାଦ୍ୟ ପାଟିକୁ ଅସୁଆଦିଆ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହିତକର । ସିଝା ପରିବାରେ ଅଧିକ ମାତ୍ରାରେ ଫାଇବର୍, ମିନେରାଲ୍ସ, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ ରହିଛି, ଯାହାକି ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ସହାୟକ । ଏହା ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରିଥାଏ । ଦିନରେ ଅତିକମ୍ରେ ଥରେ ସିଝା ପରିବା ଖାଇବା ନିହାତି ଜରୁରୀ । ତାହେଲେ ଆସନ୍ତୁ ଜାଣିବା ସିଝାଖାଦ୍ୟର କେତୋଟି ଲାଭକାରୀ ଗୁଣ –
୧- ସିଝାଖାଦ୍ୟ ଫ୍ୟାଟ୍ ଫ୍ରୀ ଥିବାରୁ ଏହା ଶରୀରର ଓଜନବୃଦ୍ଧିକୁ ରୋକିଥାଏ । ଏହା ସହିତ କ୍ୟାଲୋରି ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ ।
୨- ପରିବାକୁ ସିଝାଇବା ପରେ ସେଥିରେ ଥିବା ମାଇକ୍ରୋ ଅର୍ଗାନିଜିମ୍ ନଷ୍ଠ ହୋଇଯାଏ । ତେଣୁ ଏହା ଶରୀରକୁ ନିରୋଗ ରଖିଥାଏ ।
୩- ଏସିଡିଟି ସମସ୍ୟାରୁ ମୁକ୍ତି ପାଇଁ ସିଝା ପରିବା ସୁବଠାରୁ ଭଲ ମହୌଷଧି । ଏଥିରେ ଥିବା ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟି ଇନ୍ଫ୍ଲେମେଣ୍ଟାରୀ ତତ୍ତ୍ୱ ଯୋଗୁଁ ହଜମ ଶକ୍ତି ବୃଦ୍ଧି ପାଇଥାଏ । ଫଳରେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଜାଣି ରଖନ୍ତୁ କଳାଜିରାର ଲାଭକାରୀ ଗୁଣ 

କୋଲେଷ୍ଟ୍ରଲ୍ କମ୍ କରିବାକୁ ଚାହୁଁଛନ୍ତି, ଏହି ମସଲାର ବ୍ୟବହାର କରିପାରନ୍ତି  

Leave a Reply

Your email address will not be published. Required fields are marked *