‘ବଦ୍ଲା’ ଟ୍ରେଲର୍ ଆଉଟ୍

ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ‘ବଦ୍ଲା’ର ଟ୍ରେଲର୍ ରିଲିଜ୍ ହୋଇଛି । ସୁପର ହିଟ୍‌ ‘ପିଙ୍କ୍’ ଯୋଡ଼ି ବିଗ୍ ବି ଓ ତାପସି ପନ୍ନୁଙ୍କୁ ପୁଣିଥରେ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମଧ୍ୟ ବିଗ୍ ବି ଜଣେ ଓକିଲ ଭାବେ ତାପସୀଙ୍କ କେସ୍ ଲଢୁଥିବା ଦର୍ଶକ ଦେଖିପାରିବେ । ଜବର୍ଦସ୍ତ ଡାଇଲଗ୍ରେ ଭରପୁର ଏହି ଟ୍ରେଲର୍କୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି । ‘ବଦ୍ଲା’ର କାହାଣୀ ୩ଟି ପ୍ରଶ୍ନକୁ ନେଇ ଆଗେଇଛି।

ଟ୍ରେଲରରେ ଦେଖିବାକୁ ମିଳିଛି ଯେ – ତାପସୀ ତାଙ୍କ ପ୍ରେମୀ ଅର୍ଜୁନଙ୍କ ସହିତ ରହୁଛନ୍ତି । କିନ୍ତୁ କେହି ମଧ୍ୟ ଏକଥା ଜାଣିନାହାନ୍ତି । ଦିନେ ହଠାତ୍ ଅର୍ଜୁନଙ୍କ ମର୍ଡ଼ର୍ ହେଇଯାଇଛି । ଏଥିରେ ପୁଲିସ୍ ତାପସୀଙ୍କୁ ଗିରଫ କରିଛି । ଏହାପରେ ତାପସୀଙ୍କ ତାଙ୍କ ଓକିଲ ବିଗ୍ ବିଙ୍କୁ କହିଛନ୍ତି – ସେ ଅର୍ଜୁନଙ୍କ ସହିତ ରହୁଛନ୍ତି ବୋଲି ତାଙ୍କୁ କିଏ ଜଣେ ବ୍ଲାକ୍ମେଲ୍ କରୁଥିଲେ। ତାପସୀଙ୍କ କାହାଣୀ ଶୁଣିବା ପରେ ବିଗ୍ ବି ତାଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି । ସେହି ୩ଟି ପ୍ରଶ୍ନରେ ଫିଲ୍ମର କ୍ଲାଇମାକ୍ସ୍ ଗଢାହୋଇଛି । ସେହି ୩ଟି ପ୍ରଶ୍ନ କ’ଣ ଓ କ୍ଲାଇମାକ୍ସ୍ ଜାଣିବାକୁ ହେଲେ ସିନେପ୍ରେମୀଙ୍କୁ ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *