କାହାକୁ ମିଳିବ ଧର୍ମଶାଳାରେ ବିଜେଡି ଟିକେଟ: ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ଯାଜପୁର,(ମାନସ ରଞ୍ଜନ ବିଶ୍ଵାଳ): ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡିର ଦାବିଦାର କିଏ ହେବେ? କିଏ ପାଇବେ ଦଳୀୟ ଟିକେଟ୍‌ । ଅନେକ ଆଶାୟୀଙ୍କ ଭିତରେ ବିଧାୟକଙ୍କ ଭବିଷ୍ୟତ ଉପରେ ଲାଗିଛି ପ୍ରଶ୍ନବାଚୀ। ଏପରିକି ତାଙ୍କ ବିରୋଧରେ ଆନ୍ଦୋଳନ ବି ଏବେ ମୁଣ୍ଡ ଟେକିଲାଣି। କୁଶପୁତ୍ତଳିକା ଦାହ କରି କିଛଇ ବିଜେଡି ସମର୍ଥକ ଏହା ଜଣାଇବାକୁ ଚାହିଁଛନ୍ତି ଯେ, ବିଧାୟକଙ୍କ କାର୍ଯ୍ୟକଳାପରେ ସେମାନେ ଅସନ୍ତୁଷ୍ଟ। ଏଣୁ ଏଥର ପ୍ରାର୍ଥୀ ବଦଳାଯାଉ।

ପୂର୍ବତନ ସାଂସଦ ତଥା ବିଜେଡିର ତତ୍‌କାଳୀନ ଟାଣୁଆ ନେତା ଦିବଙ୍ଗତ କଳ୍ପତରୁ ଦାସଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟ ହେଉଛନ୍ତି ଏବେକାର ବିଧାୟକ। ସେ ଧର୍ମଶଶଳା ମାଟିର ନୁହଁନ୍ତି ବୋଲି କହି ତାଙ୍କ ବଦଳରେ ସତୀଶ ବିଶ୍ଵାଳଙ୍କୁ ପ୍ରାର୍ଥୀ କରାଇବା ଲାଗି ଆଜି ଏକ ଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀଙ୍କ ମତରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ୱାରା ନିର୍ମିତ ଦଇତାରୀ-ପାରାଦ୍ୱୀପ ରାଜପଥ କଡରେ ଥିବା ୨୨ ପଂଚାୟତ ଧର୍ମଶାଳାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହି ଅଂଚଳରୁ କେହି ବିଧାୟକ ହୋଇନାହାନ୍ତି। ଏଣୁ ଏ ମାଟିରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି ହୋଇଛି।

ଧର୍ମଶାଳାର ପାହାଡ ପର୍ବତ ହରିଲୁଟ ଓ ବେଆଇନ ବ୍ଲାଷ୍ଟିଂ ପାଇଁ ପାହାଡ ପର୍ବତ ପରିବେଶ ଧ୍ୱଂସାଭିମୁଖୀ ହେବା, ଭୂତଳ ଜଳ ପ୍ରଦୂଷିତ ହେବାରୁ ଲୋକେ ବିଭିନ୍ନ ରୋଗରେ ମୃତ୍ୟୁ ବରଣ କରିବା, ବେଆଇନ ପଥର ଚାଲାଣ ପାଇଁ ସରକାରଙ୍କୁ ୨୫ କୋଟି ଜରିମାନା ହେବା, ବିଜୁ ପରିବାର ଅନୁଗତ ମାନଙ୍କୁ କୋଣଠେସା କରି ରଖାଯିବା, ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିତି, ଗରୀବ କଲ୍ୟାଣ ଯୋଜନା ବାଟବଣା ହେବା ନେଇ ବିଭିନ୍ନ ପ୍ରକାର ସ୍ଳେଗାନ ଦିଆଯାଇ ବିଧାୟକଙ୍କ କୁଶବୁତ୍ତଳିକା ଦାହ କରା ଯାଇଥିଲା । ଅତୀତରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ କରି ପ୍ରାକ୍ତନ ବିଧାୟକ କଳ୍ପତରୁ ଦାସ ଦଳରୁ ସସପେଣ୍ଡ ହେବା ବେଳେ ନବୀନ ଅନୁଗତ ଭାବେ ନବୀନଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ବିଧାୟକଙ୍କ ପରିବାରର ବିରୋଧୀ ହୋଇ ଦଳରେ ସତୀଶ କୋଣଠେସା ହୋଇ ରହିଛନ୍ତି । ତେବେ ଗତ ବିଧାନସଭା ନିର୍ବାଚନରେ ଟିକେଟ ଲବିରେ ଥିବା ସତୀଶଙ୍କୁ ଟିକେଟ ଦେବା ଦାବି ନେଇ ଧର୍ମଶାଳା ରାଜନୀତି ସରଗରମ ହେବାରେ ଲାଗିଛି ।

Leave a Reply

Your email address will not be published.