ଘରେ ଭଗବାନଙ୍କ ମୂର୍ତ୍ତି ରଖିଥିଲେ, ଜାଣନ୍ତୁ ଏ ସମ୍ପର୍କିତ କିଛି ନିୟମ
ହିନ୍ଦୁ ଧର୍ମରେ ମୂର୍ତ୍ତିପୂଜାର ଏକ ବିଶେଷ ମାନ୍ୟତା ରହିଛି । ଆପଣ ପୂଜା ଘରେ ମୂର୍ତ୍ତି ରଖନ୍ତୁ କିମ୍ବା କାନ୍ଥରେ କୌଣସି ଭଗବାନ ମୂର୍ତ୍ତି ସଜାନ୍ତୁ, ଏ ସମ୍ପର୍କିତ ଅନେକ କିଛି ନିୟମ ରହିଛି । ଭଗବାନଙ୍କ ମୂର୍ତ୍ତି ସମ୍ପର୍କିତ ସେହିସବୁ ନିୟମ ବରାହ ପୁରାଣରେ ବିଶେଷ ଭାବେ ବର୍ଣ୍ଣିତ । ସେସବୁ ନିୟମ ମଧ୍ୟରୁ କେତୋଟି ମୁଖ୍ୟ ନିୟମ ରହିଛି । ଆସନ୍ତୁ ଜାଣିବା –
୧- ଭଗବାନଙ୍କ ମୂର୍ତ୍ତି ‘ମହୁଆ’ ନାମକ ଏକ କାଠରେ ନିର୍ମିତ ହେବା ଉଚିତ୍ ।
୨- ଯଦି ପଥରରେ ମୂର୍ତ୍ତି ତିଆରି ହୋଇଥାଏ, ତାହେଲେ ଗୋଟିଏ ପଥରରେ ହେବା ଉଚିତ୍ ଏବଂ ତାହା ଟିକେ ମଧ୍ୟ ଭାଙ୍ଗି ନଥିବା ଉଚିତ୍ ।
୩- ପୂଜା ଘରେ ମୁର୍ତ୍ତି ରଖିଥିଲେ ତାହା ଉପରେ ଚାଉଳ ପକାଇ ପ୍ରଥମେ ଶୁଦ୍ଧି କରନ୍ତୁ ଓ ପରେ ବିଧି ଅନୁଯାୟୀ ପୂଜା କରନ୍ତୁ ।
୪- ଘରକୁ ମୂର୍ତ୍ତି ଆଣିବା ଓ ରଖିବା ଦିନ ଉପବାସ ରହିବା ଉଚିତ୍ ।
୫- ମୂର୍ତ୍ତି ସାମନାରେ ପ୍ରଥମେ ୪ଟି ପାତ୍ରରେ ଚନ୍ଦନ, ପଞ୍ଚାମୃତ, ମହୁ ଓ ଫୁଲ ରଖନ୍ତୁ ।
୬- ତମ୍ବା କିମ୍ବା ଅନ୍ୟ କୌଣସି ଧାତୁରେ ନିର୍ମିତ ମୂର୍ତ୍ତିର ସ୍ଥାପନା ‘ଚିତ୍ରା’ ନକ୍ଷତ୍ରରେ କରାଯିବା ଉଚିତ୍ ।