ପ୍ଲେବୟ ମଡେଲ୍ ଥିଲେ ସାର୍ଲିନ୍ ଚୋପ୍ରା, ଜାଣନ୍ତୁ ତାଙ୍କର ଅସଲ ନାମ
ସେକ୍ସି ଫିଗର୍ ଓ ବୋଲ୍ଡ୍ ଅନ୍ଦାଜ୍ ପାଇଁ ସିନେପ୍ରେମୀଙ୍କୁ କିମିଆ କରି ରଖିଥିବା ସାର୍ଲିନଙ୍କ ହାତରେ ଆଉ ଏକ ସଫଳତା ଧରା ଦେଇଛି । ୟୁଟୁବରେ ରିଲିଜ୍ ହୋଇଥିବା ସାର୍ଲିନଙ୍କ ମ୍ୟୁଜିକ୍ ଭିଡିଓକୁ ଇତିମଧ୍ୟରେ ୮ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ଏହି ଭିଡିଓରେ ସାର୍ଲିନଙ୍କ ବୋଲ୍ଡ୍ ଡ୍ୟାନ୍ସ ପ୍ରଶଂସକଙ୍କ ମନକୁ କବଜା କରିନେଇଛି । ଅଭିନେତ୍ରୀ ସହିତ ଏହି ଭିଡିଓ ମାଧ୍ୟମରେ ସାର୍ଲିନ୍ ପ୍ରଯୋଜିକା ଭାବେ ଇଣ୍ଡଷ୍ଟୀରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ ‘ମାୟା’ ନାମକ ଏକ ସର୍ଟ ଫିଲ୍ମରେ ସାର୍ଲିନ୍ ନିର୍ଦ୍ଦେଶିକା ଭାବେ ଥିଲେ ।
କେବଳ ଏତିକି ନୁହେଁ, ଏକଦା ସାର୍ଲିନ୍ ‘ପ୍ଲେବୟ’ ମ୍ୟାଗେଜିନ ମଡେଲ୍ ଭାବେ ମଧ୍ୟ କାମ କରିଥିଲେ ବୋଲି ଖବର ମିଳିଛି । ସାର୍ଲିନଙ୍କ ସମ୍ପର୍କରେ ଏବେ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ସାର୍ଲିନଙ୍କ ଅସଲି ନାମ ହେଉଛି ମୋନା ଚୋପ୍ଡ଼ା । ନିକଟରେ ସାର୍ଲିନ୍ ଓରଫ୍ ମୋନା ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ‘ଦିଲ୍ ବୋଲେ ହଡ଼ିପ୍ପା’, ‘ଟାଇମ୍ ପାସ୍’, ‘ରେଡ୍ ସ୍ୱସ୍ତିକ୍’ ଓ ‘ଗେମ୍’ର ନାୟିକା ଟେଲି ଦୁନିଆର ବିବାଦୀୟ ଶୋ’ ‘ବିଗବସ୍’ରେ ମଧ୍ୟ ନଜର ଆସିଥିଲେ ।