ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇବ ‘ଏକ ଲଡ୍‍କି କୋ ଦେଖା ତୋ…’

ସୋନମ କପୁର ଅଭିନୀତ ‘ଏକ ଲଡ୍‍କି କୋ ଦେଖା ତୋ ଐସା ଲଗା’ ଚଳଚ୍ଚିତ୍ର ତାହାର ବଳିଷ୍ଠ କାହାଣୀ ଓ ସାମାଜିକ ସନ୍ଦେଶ ଯୋଗୁଁ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏକାଡେମୀ ଅଫ୍‍ ମୋସନ ପିକଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ସିନେମାର କାହାଣୀ ଓ ଚିତ୍ରନାଟ୍ୟର ଏକ କପି ଦେବା ପାଇଁ ନିର୍ମାତା ନିର୍ଦେଶକଙ୍କୁ ଅନୁରୋଧ କରାଯାଇଛି । ଏହି ଖବର ଶୁଣିବା ପରେ ସୋନମ ଖୁୁସିରେ ଆତ୍ମହରା ହୋଇଯାଇଥିବା କହିଛନ୍ତି । ଏହି ଚଳଚ୍ଚିତ୍ରରେ ସୋନମ୍‍ ତାଙ୍କ ପିତା ଅନିଲ କପୁରଙ୍କ ସହିତ ଅଭିନୟ କରୁଛନ୍ତି।

ଏହି ଚଳଚ୍ଚିତ୍ରର ଟାଇଟେଲ ଅନିଲ୍‍ କପୁରଙ୍କ ଅଭିନୀତ ‘୧୯୪୨ ଏ ଲଭଷ୍ଟୋରୀ’ର ସୁପରହିଟ୍‍ ଗୀତରୁ ଆସିଛି । ‘ଏକ ଲଡ୍‍କି କୋ ଦେଖା ତୋ ଐସା ଲଗା’ରେ ଅନିଲ୍‍ ଓ ସୋନମଙ୍କ ବ୍ୟତୀତ ଜୁହି ଚାୱାଲା, ରାଜକୁମାର ରାଓ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୦ କୋଟି ଟଙ୍କାର ବ୍ୟବସାୟ କରିପାରିଛି ।

‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ର ବକ୍ସ ଅଫିସ୍ ହାଲ୍ଚାଲ୍

ଭାଲେଣ୍ଟାଇନ ସପ୍ତାହରେ ଆଲିଆ କହିଲେ ନିଜ ସିକ୍ରେଟ

Leave a Reply

Your email address will not be published.