‘ଦିୱାନା’ ଦେଖିନାହାନ୍ତି ଶାହରୁଖ୍, ଜାଣନ୍ତୁ କାରଣ

ନାମ ଅନୁଯାୟୀ ଶାହରୁଖ୍‌ ଖାନ୍‌ଙ୍କ ଅନ୍ଦାଜ୍ ମଧ୍ୟ ବାଦ୍‌ଶାହ ଭଳି । ଶାହରୁଖ୍ ତାଙ୍କ ମନର ରଜା । ତାଙ୍କର ମନ ଯାହା କହିବ, ସେ ତାହା ହିଁ କରିବେ । ଏମିତି କହିବାର କାରଣ ହେଉଛି ଶାହରୁଖ୍ ଆଜିପର୍ଯ୍ୟନ୍ତ ତାଙ୍କର ଅଭିନୀତ ପ୍ରଥମ ସୁପର୍ହିଟ୍ ଫିଲ୍ମ ‘ଦିୱାନା’ ଦେଖିନାହାନ୍ତି । ଶାହରୁଖ୍ ନିଜେ ଏକଥା କହିଛନ୍ତି ।

ବାଦ୍‌ଶାହଙ୍କ ଏଭଳି ଖବର ପ୍ରଶଂସକଙ୍କ ସହିତ ସିନେପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପଛରେ କ’ଣ କାରଣ ଥାଇପାରେ କିଛି ଭାବିପାରୁଛନ୍ତି? ତେବେ ଶାହରୁଖ୍ ନିଜେ ଏହାର ଉତ୍ତରରେ କହିଛନ୍ତି ଯେ – ସେ ଯେଉଁ ଫିଲ୍ମର ସୁଟିଂ ସମୟରେ ଏନଜୟୟ କରନ୍ତି ନାହିଁ, ସେ ଫିଲ୍ମ ମୁକ୍ତିଲାଭ ହେବା ପରେ ସେ ଦେଖନ୍ତି ନାହିଁ ।

କେବଳ ‘ଦିୱାନା’ ନୁହେଁ, ଏମିତି ଅନେକ ଫିଲ୍ମ ରହିଛି, ଯାହା ସେ ଦେଖିନାହାନ୍ତି । ଶାହରୁଖ୍ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅଭିନୟ କ୍ଷେତ୍ରରେ ବହୁତ ପରିଶ୍ରମ କରିଥାନ୍ତି । ତେଣୁ ସୁଟିଂ ସମୟରେ ସେ ଏନ୍‌ଜୟମେଣ୍ଟମେଣ୍ଟ୍ ଚାହାନ୍ତି । ଯଦି ସୁଟିଂ ସମୟରେ ଶାହରୁଖ୍ ବିରକ୍ତ ବୋଧ କରନ୍ତି, ତାହେଲେ ସେହି ଫିଲ୍ମ ବ୍ଲକ୍ବଷ୍ଟର୍ ଥିଲେ ମଧ୍ୟ ସେ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ‘ଦିୱାନା’ର ସୁଟିଂ ସମୟରେ ଶାହରୁଖ୍ ବହୁତ୍ ବୋର୍ ହୋଇଯାଇଥିଲେ ବୋଲି ଆଜିପର୍ଯ୍ୟନ୍ତ ସେହି ଫିଲ୍ମକୁ ସେ ଦେଖିନାହାନ୍ତି ।

ଅକ୍ଷୟ କୁମାରଙ୍କ ସହ ଏକାଠି ଅଭିନୟ ପାଇଁ ଶାହରୁଖ୍‌ଙ୍କ ସର୍ତ୍ତ କ’ଣ, ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ବି ହକି ଖେଳାଳି ଥିଲେ!

http://odishatime.com/cm-naveen-was-a-hockey-player-in-his-childhood/

Leave a Reply

Your email address will not be published. Required fields are marked *