ଗୋଟିଏ କଫି ସେୟାର୍ କଲେ ସଲ୍ଲୁ-କ୍ୟାଟ୍, ଭିଡିଓ ଭାଇରାଲ୍

ରିଲ୍ ହେଉ କି ରିଏଲ୍, ସଲ୍ଲୁ ଓ କ୍ୟାଟ୍ଙ୍କ କେମେଷ୍ଟ୍ରୀ ସିନେପ୍ରେମୀଙ୍କୁ ସବୁବେଳେ ଆକୃଷ୍ଟ କରିଆସିଛି । ଏହି ଯୋଡ଼ିର ରୋମାନ୍ସ ହେଉ କି ବ୍ରେକ୍ଅପ୍ କିମ୍ବା ପ୍ୟାଚ୍ଅପ୍, ସବୁ ଖବର ସିନେପୃଷ୍ଠାର ଶୀର୍ଷସ୍ଥାନ ହାସଲ କରିଛି ଏବଂ କରୁଥିବ ମଧ୍ୟ। ଏହି ଧାରାରେ ସଲ୍ଲୁ ଓ କ୍ୟାଟ୍ଙ୍କ ଏକ ରେମାଣ୍ଟିକ୍ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଧମାକା କରିଛି । ଏହି ଭିଡିଓ ଦେଖିବା ପରେ ଅନେକ ପ୍ରଶଂସକ ସଲ୍ଲୁଙ୍କୁ ପରାମର୍ଶ ଦେଇଛନ୍ତି ଯେ- ସେ କ୍ୟାଟଙ୍କ ସହିତ ନିକାହ କରିନେବା ଉଚିତ୍ । ସଲ୍ଲୁ-କ୍ୟାଟ୍‌ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ – ସଲ୍ଲୁ କଫି ମଗ୍ ନେଉଥିବାବେଳେ କ୍ୟାଟ୍ କିଛି କହୁଛନ୍ତି । ଏହାପରେ ସଲ୍ଲୁ କପକୁ ରଖିଛନ୍ତି । କ୍ୟାଟ୍ରିନା ସେହି କଫି ମଗ୍ରୁ ଏକ ଚୁସ୍କି ନେବା ପରେ ସଲ୍ଲୁ ସେହି ମଗକୁ ନେଇ କଫି ପିଉଛନ୍ତି । ଏମିତି ଏକ ରୋମାଣ୍ଟିକ୍ ମୁହୂର୍ତ୍ତରେ ବ୍ୟାକ୍ଗ୍ରାଉଣ୍ଡ୍ରେ ଏକ ରୋମାଣ୍ଟିକ୍ ସଙ୍ଗୀତର ଧୀର ମ୍ୟୁଜିକ୍ ଶୁଣିବାକୁ ମିଳିଛି । ଏହି ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଏଡିଟିଙ୍ଗ୍ ମାଧ୍ୟମରେ ଭିଡିଓରେ ଶୁଣିବାକୁ ମିଳୁଛି ବୋଲି ଅନୁମାନ କରାଯାଉଛି ।

ଭିଡିଓଟି ଦେଖିବା ପରେ ଅନେକ ପ୍ରଶଂସକ କମେଣ୍ଟ୍ ବକ୍ସରେ ଲେଖିଛନ୍ତି ଯେ – ୧)‘ଭାଇ ଭାବି ବନା ଦୋ ପ୍ଲିଜ୍’, ୨) ‘ଭାଇ ସାଦି କର୍ଲୋ ଅବ୍ ବସ୍’, ୩) ସଲ୍ମାନ୍ ଓ କାଟ୍ରିନାଙ୍କ ଯୋଡ଼ି ସୁପର୍ହିଟ୍ ଇତ୍ୟାଦି ଇତ୍ୟାଦି । ‘ଏକ୍ ଥା ଟାଇଗର୍’ ଓ ‘ଟାଇଗର୍ ଜିନ୍ଦା ହେ’ ଭଳି ଅନେକ ସୁପର୍ହିଟ୍ ଫିଲ୍ମରେ ଥିବା ସଲ୍ଲୁ-କ୍ୟାଟଙ୍କ ଯୋଡ଼ି ଅନେକ ଦିନ ପରେ ପୁଣି ଅପ୍କମିଙ୍ଗ୍ ଫିଲ୍ମ ‘ଭାରତ’ ମାଧ୍ୟମରେ ଦର୍ଶକଙ୍କ ସାମନାକୁ ଆସିବେ ।

କାଟ୍ରିନାଙ୍କୁ ନିକାହ କରିବେ ସଲ୍ଲୁ: ଇଦରେ ଗ୍ରାଣ୍ଡ୍ ରିସେପ୍ସନ୍

‘ଲାକ୍‌ମି ପ୍ୟାଶନ୍ ୱିକ୍ ୨୦୧୯’ରେ ଜାହ୍ନବୀଙ୍କ ଜଲ୍‌ୱା

Leave a Reply

Your email address will not be published. Required fields are marked *