ଚାଷୀ ଓ ବଙ୍ଗ ବିବାଦ ନେଇ ବିଧାନସଭାରେ ହଟ୍ଟଗୋଳ
ପଶ୍ଚିମବଙ୍ଗ ଚିଟଫଣ୍ଡ ମାମଲା ଝଡ଼ ଓଡ଼ିଶା ବିଧାନସଭାରେ ଅନୁଭୂତ ହୋଇଛି। ଚିଟଫଣ୍ଡ ମାମଲା ନେଇ ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ବ୍ୟାନର ଧରି ପାଟିତୁଣ୍ଡ କରିଥିଲେ । ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେପି ବିଧାୟକମାନେ ଅଭିଯୋଗ କରି ଗୃହରେ ହଟ୍ଟଗୋଳ କରିଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ଚାଷୀ ସମସମ୍ୟା ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ୩ଟା ମୁଲତବୀ କରାଯାଇଛି ।ଗତକାଲିଠାରୁ ଆରମ୍ଭ ହେବାକୁ ଥିବା ୭ ଦିନିଆ ବଜେଟ୍ ଅଧିବେଶନରେ ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀ ବିଧାୟକମାନେ ଏକାଠି ହୋଇଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ଶେଷ ଅଧିବେଶନ ହୋଇଥିବାରୁ ଜନତାଙ୍କ ଧ୍ୟାନ ଅକର୍ଷଣ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବାର ସମ୍ଭାବନା ରହିଛି । କୃଷି ଓ କୃଷକଙ୍କ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯ୍ୟାତନା ପ୍ରସଙ୍ଗକରେ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି କେନ୍ଦ୍ର ଅବହେଳା ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେଡି । ବିଜେଡିର ବିଧାୟକ ଦଳ ବୈଠକ ପରେ ନବୀନ କହିଛନ୍ତି, ତାଙ୍କ ସରକାର ମୁକ୍ତ ଓ ଅବାଧ ଭାବେ ସମସ୍ତ ଆଲୋଚନାରେ ଭାଗ ନେବେ ।