ଘରର ପ୍ରବେଶ ଦ୍ୱାର କେମିତି ହେଲେ ଶୁଭ ଦାୟକ ହୁଏ: ତିନୋଟି ଜାଣିବା କଥା
ଘରର ପ୍ରବେଶ ଦ୍ୱାର ବା ମୁଖ୍ୟ ଦ୍ୱାରର ବାସ୍ତୁ ସଠିକ୍ ରହିଲେ ଏହା ପରିବାରରେ ଉନ୍ନତି ଆଣିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଘର କିଣିବା ପୂର୍ବରୁ କିମ୍ବା ନିର୍ମାଣ କରିବା ପୂର୍ବରୁ ମୁଖ୍ୟ ଦ୍ୱାର ସମ୍ପର୍କିତ କିଛି ବାସ୍ତୁ ଟିପ୍ସ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।
ଯଦି ପୂର୍ବରୁ ମୁଖ୍ୟ ଦ୍ୱାର ସମ୍ପର୍କିତ କିଛି ବାସ୍ତୁ ଦୋଷ ରହିଛି, ତାହେଲେ ମାତ୍ର ୩ଟି ସରଳ ଟିପ୍ସ ଆପଣାଇ ଦେଖନ୍ତୁ, ଆପଣଙ୍କ ବାସ୍ତୁଦୋଷ ଦୂର ହୋଇଯିବ । ତାହେଲେ ଆସନ୍ତୁ ଜାଣିବା –
୧- ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ରଖନ୍ତୁ ଏବଂ ଏହା ସାମ୍ନାରେ କୌଣସି ବଡ଼ ଗଛ ରଖନ୍ତୁ ନାହିଁ ।
୨- ମୁଖ୍ୟ ଦ୍ୱାର ଉପରେ ଲାଲ୍ କିମ୍ବା ନୀଳ ରଙ୍ଗରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ଏହା ନକାରାତ୍ମକ ଶକ୍ତିକୁ ଘରକୁ ପ୍ରବେଶ ହେବାକୁ ଦେଇନଥାଏ । ଘୋଡ଼ା ନାଲ ମଧ୍ୟ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଅତ୍ୟନ୍ତ ଶୁଭ ଫଳପ୍ରଦ ହୋଇଥାଏ ।
୩- ମୁଖ୍ୟ ଦ୍ୱାରରେ ଗଣେଷଙ୍କ ପ୍ରତିମା ରଖନ୍ତୁ କିମ୍ବା କୌଣସି ଫଟୋ ଆଣି ଲଗାନ୍ତୁ । ଏହା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ ।